ସ୍ମାର୍ଟ୍ ସିଟି ଭୁବନେଶ୍ୱର ରେ ଶୌଚାଳୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଖରାପ ନେଇ ଅଭିଯୋଗ ।

66

କଟକ (ଉତ୍କଳ ନ୍ୟୁଜ ) ୧୮-୧୨-୨୦୨୩ : ସ୍ମାର୍ଟ୍ ସିଟି ବୋଲାଉଥିବା ଭୁବନେଶ୍ୱର ଡମଣା ହାଟ ଶୌଚାଳୟ ର ଅବସ୍ଥା ସମ୍ପୂର୍ଣ୍ଣ ଖରାପ ହୋଇ ପଡ଼ିରହିଛି | ଯଦି ଆପଣଙ୍କ ତାର ଭିତରକୁ ପ୍ରବେଶ କରିବେ ସତେ ଯେମିତି ଲାଗିବ ଆପଣ ଶୌଚାଳୟ ଯାଉନାହାନ୍ତି ତ କେଉଁ ନାଳ ଭିତରେ ପାଦ ଦେଇଛନ୍ତି। ଜନସାଧାରଣ ମାନେ ଖୋଲା ସ୍ଥାନରେ ପରିସ୍ରା ନ କରିବା ପାଇଁ ଶୌଚାଳୟ କରାଯାଇ କର୍ମଚାରୀ ମଧ୍ୟ ରଖିଛନ୍ତି ସରକାର। ହେଲେ ଜନସାଧାରଣ ରେ ଆଲୋଚନା କରାଯାଉଛି ଯେ ବିଏମସି କତ୍ତୃପକ୍ଷ ନଜର ଦେଉନଥିବା ବେଳେ ସରକାର ମଧ୍ୟ କିଛି ନଜର ରଖୁନାହାନ୍ତି। ଯାହାଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ