ଘଣ୍ଟେଶ୍ୱର ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ |

91

କଟକ (ଉତ୍କଳ ନ୍ୟୁଜ ) ୧୨-୧୨-୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନ ଘଣ୍ଟେଶ୍ୱର ମାଧ୍ୟମିକ ବିଦ୍ୟାଳୟରେ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଛାତ୍ରଛାତ୍ରୀମାନେ ଘଣ୍ଟେଶ୍ୱରସ୍ଥିତ ପ୍ରସିଦ୍ଧ ମହିମାମଣି ମନ୍ଦିରକୁ ଏକ ଶୋଭାଯାତ୍ରାରେ ପହଂଚି ମନ୍ଦିର ପ୍ରାଙ୍ଗଣ ଓ ଏହାର ଆଖପାଖ ଅଞ୍ଚଳ ପରିଷ୍କାର କରିଥିଲେ । “ଭାଇ ଭଉଣୀଙ୍କୁ ଯାଉଛୁ କହି ପଲିଥିନ ଆଉ ପଡିବ ନାହିଁ” ଭଳି ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ପଲିଥିନ ମୁକ୍ତ ଜୀବନ ପାଇଁ ଆହ୍ୱାନ ଦେଇଥିଲେ । ସାମାଜିକ ସଚେତନତା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଓ ଅଧ୍ୟାପକ ମୁକ୍ତିକାନ୍ତ ସେଠିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦୀକ୍ଷିତ, ସମିତି ସଭ୍ୟ ପପୁ ସାହୁ, ସମାଜସେବୀ ଦିଲୀପ ପ୍ରଧାନ, ସାମ୍ବାଦିକ ନିଶିକାନ୍ତ ବେହେରା ଯୋଗଦେଇ ସାଧନା ହିଁ ସିଦ୍ଧିର ମୂଳ ସୋପାନ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ରମାକାନ୍ତ ପାଣିଗ୍ରାହୀ ଓ ବିବେକାନନ୍ଦ ଦୀକ୍ଷିତଙ୍କୁ ସମ୍ବଦ୍ଧିତ କରିଥିଲେ । ସେହିପରି ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଓ ନିଶା ନିବାରଣ ସମ୍ପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସଚେତନତା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ଅଧିକାରୀ ଓ ଅଧ୍ୟାପକ ମୁକ୍ତିକାନ୍ତ ସେଠିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ ଓ ଅରୁଣ ଭାରତୀ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ଦାଶ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୂର୍ଯ୍ୟ ନମସ୍କାର, ମଣ୍ଡୁ୍କାସନ, ସର୍ବାଙ୍ଗସାନ ପ୍ରଭୁତି ଶିଖାଇଥିବା ବେଳେ ନିଶା ସେବନର ଭୟାବହତା ସମ୍ପର୍କରେ ଆଲୋଚନା କରାଯାଇ ନିଶା ନିରାକରଣ ଉପାୟମାନ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଅକ୍ଷୟ କୁମାର ଗିରି, ନୋଡାଲ ଅଫିସର ସୁବ୍ରତ ପରିଡା, ଅଧ୍ୟାପକ ମୃତ୍ୟଞ୍ଜୟ ଦାସ, ବବ୍ରୁବାହନ ଖିଲାର, ତିମିର ବରଣ ଦାସ, ଅଧ୍ୟାପିକା ସଂଯୁକ୍ତା ଭାରତୀ, ସ୍ୱର୍ଣ୍ଣ ଶୋଭା ମହାପାତ୍ର, ମାନସୀ ମହାଳିକ, ଉମାରାଣୀ ପଣ୍ଡିତ, ପ୍ରଭୁତି ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |