କଟକ ରେ ରିଜର୍ଭ ବ୍ୟାଙ୍କ ଲୋକପାଳ ଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

111

କଟକ ( ଉତ୍କଳ ନ୍ୟୁଜ ) ୨୧-୦୭-୨୦୨୩ : ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଙ୍କ କାର୍ଯ୍ୟାଳୟ ପକ୍ଷ ରୁ କଟକ ସାରଳାଭବନ ଠାରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ରିଜର୍ଭ ବ୍ୟାଙ୍କ ର ଲୋକପାଳ ( Ombudsman ) ଶ୍ରୀମତୀ ଏନ ମୋହନା ଅଧ୍ୟକ୍ଷତା କରିଥିଲେ | ନିଜ ଅଭିଭାଷଣ ରେ "ରିଜର୍ଭ ବ୍ୟଙ୍କ ସମନ୍ବିତ ଲୋକପାଳ ଯୋଜନା " ୨୦୨୧ ଉପରେ ଆଲୋଚନା କରି ଶ୍ରୀମତୀ ମୋହନା ସ୍ପଷ୍ଟ କରିଛନ୍ତି ଯାହାକି ଗ୍ରାହକ ଙ୍କ ଅଭିଯୋଗ ର ଶୀଘ୍ର ସମାଧାନ ପାଇଁ ଅଭିପ୍ରେତ ତାହା ଆରବିଆଇ ଦ୍ୱାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ପ୍ରଣାଳୀ | ସେ କହିଲେ ଯେ ବ୍ୟାଙ୍କ NBFC ଓ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣ କାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାମାନଙ୍କ ର ଗ୍ରାହକ ଙ୍କ ପ୍ରଦତ୍ତ ସେବା ରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ , ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ | ଯଦି ୩୦ ଦିନ ମଧ୍ୟ ରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କୁ ସମସ୍ୟା ର ସମାଧାନ ନ କରେ କିମ୍ବା ଉକ୍ତ ସଂସ୍ଥା ଦ୍ୱାରା ପ୍ରଦତ୍ତ ସମାଧାନ ରେ ଗ୍ରାହକ ସନ୍ତୁଷ୍ଟ ନ ଥାନ୍ତି , କିମ୍ବା ୩୦ ଦିନ ମଧ୍ୟ ରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କୁ କୌଣସି ଉତ୍ତର ନ ଦିଅନ୍ତି , ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆଇ ଲୋକପାଳ ଙ୍କ ନିକଟରେ ଅଭିଯୋଗ କରିପାରିବେ | ଅଭିଯୋଗ ଦାଖଲ କରିବା ନିମନ୍ତେ ଏହି https://cms.rbi.org.in ପୋର୍ଟାଲ ମାଧ୍ୟମ ରେ ଅନଲାଇନ ଫାଇଲ କରିବାକୁ ପଡିଥାଏ | ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ୱକୃତି ପତ୍ର ପାଇଥାନ୍ତି , ଯାହା ସେ ତାଙ୍କ ଅଭିଯୋଗ ର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରିପାରିବେ | ଅଭିଯୋଗ ଦାଖଲ କରିବା ସମୟ ରେ ଅଭିଯୋଗକାରୀ ତାଙ୍କ ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦେବା ଜରୁରୀ ଯାହାଦ୍ୱାରା ଆର.ବି.ଆଇ ଲୋକପାମ ଅଫିସ ତାଙ୍କ ସାହିଯାତ ସହଜ ରେ ଯୋଗାଯାଗ କରିପାରିବେ | ବ୍ୟାଙ୍କ ଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟ ରେ ଆଲୋଚନା କାରୀ ଶ୍ରୀମତୀ ମୋହନା କହିଲେ ଯେ , ସାଇବର ଠକମାନେ ଏବେ ଏଟିଏମ କାର୍ଡ କ୍ଲୋନିଂ ନ କରି ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମ ରେ ଗ୍ରାହକ ଙ୍କୁ ଠକିବ କାମ ଆରମ୍ଭ କରିଛନ୍ତି | ସାଇବର ଠକମାନେ ବିଭିନ୍ନ କଳକୌଶଳ ବ୍ୟବହାର କରି , ସରଳ ଗ୍ରାହକ ଙ୍କ ଠାରୁ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କ ଆକାଉଣ୍ଟ ରୁ ଜାଲିଆତି କରି ଟଙ୍କା ହଡପ କରୁଥିବା ଦେଖାଯାଉଛି | ସେ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ଅନେକ ଉପାଦେୟ ଟାଟାହ୍ୟା ଉପସ୍ଥାପନା କରିବା ସହ ଉପସ୍ଥିତ ସ୍ରୋତ ମାନଙ୍କୁ ସର୍ଚ୍ଚଇଂଜିନ ବ୍ୟବହାର କରି ଇଣ୍ଟରନେଟ ରୁ କଷ୍ଟମର -କେୟାର ଫୋନ ନମ୍ବର ନଖୋଜି ଡେବିଟ କାର୍ଡ / କ୍ରେଡିଟ କାର୍ଡ ରେ ଦିଆଯିଆଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ / ଅନୁଷ୍ଠାନ ର ୱେବସାଇଟ ,. ଯାହାର URL ରେ https ଅଛି , ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ |

ବୈଠକ ରେ ଆରବିଆଇ ଅଧିକାରୀ ମାନେ RB -IOS , ୨୦୨୧ ଆଵାନାଂ ଡିଜିଟାଲ ଠକେଇ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିବା ସହ ଶ୍ରୋତା ମାନଙ୍କ ପ୍ରସନ୍ନ ର ଉତ୍ତର ଦେଇଥିଲେ | ଶ୍ରୀ ଗୌତମ ପତ୍ର , ସାଧାରଣ ପରିଚାଳକ ୟୁକୋ ବ୍ୟାଙ୍କ , ଶ୍ରୀ ସୁଭାଷ ଚନ୍ଦ୍ର ବେହେରା , ଆଞ୍ଚଳିକ ପରିଚାଳକ ଏସବିଆଇ , ତଥା ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ୟାଙ୍କ ର ପ୍ରାୟ ପ୍ରାୟ ୩୦୦ ଗ୍ରାହକ ଭାଗ ନେଇଥିଲେ | ଖୋଲାମଞ୍ଚ ଅଧିବେଶନ ରେ ଆରବିଆଇ ଅଧିକାରୀ / ଲୋକପାଳ ଶ୍ରୋତା ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ | ଶ୍ରୀ ରାଜେଶ ବେହେରା , ଜିଲ୍ଲା ଲିଡ଼ବ୍ୟାଙ୍କ ପରିଚାଳଙ୍କ ସକ୍ରିୟ ସହଯୋଗ ଦ୍ୱାରା ଆରବିଆଇ ଲୋକପାଳ ଙ୍କ ଦ୍ୱାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ କଟକ ରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା |