କାଉଡିଆଙ୍କ ଜଳାଭିଷେକ, ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ଗାଁରୁ ସହର |

205

କଟକ (ଉତ୍କଳ ନ୍ୟୁଜ ) ୧୭-୦୭-୨୦୨୩ : କାଉଡିଆଙ୍କ ଜଳାଭିଷେକ, ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ଗାଁରୁ ସହର । ଆଜିଥିଲା ଶ୍ରାବର ମାସର ପ୍ରଥମ ସୋମବାର । ଗତକାଲି ଠାରୁ ବୋଲବମ୍ ଭକ୍ତଙ୍କ କାଉଡିଆ ବେଶ ପୂରପଲ୍ଲୀରେ ଛାଇ ହୋଇ ଯାଇଥିଲା । ସକାଳୁ ଜଳଲାଗି କରିବା ପରେ ଘରକୁ ଫେରିଛନ୍ତି । ଏଠି ସେଠି ସବୁଠି ହରହର ମହାଦେବର ଧ୍ୱନୀ । ଭଦ୍ରକ ଜିଲ୍ଲା ତଥା ଓଡିଶାର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣୀଙ୍କ ପୀଠରେ ସର୍ବାଧିକ କାଉଡିଆଙ୍କ ସମାଗମ ହୋଇଥିଲା । ଆଖଣ୍ଡଳମଣୀଙ୍କ ପୀଠରେ ଶହସ୍ରାଧିକ ଭକ୍ତଙ୍କ ଭିଡ ଜମିଥିଲା । ନଦୀ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆରଡି ଧାମ୍ ବ୍ୟତିତ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ ଜମିଥିଲା । ଏହି କାଉଡିଆମାନେ ଶ୍ରାବଣ ମାସ ସାରା ନିରାମିଶ ଭୋଜନ ଠାରୁ ଦୂରେଇ ରହିବା ସହିତ ପ୍ରତି ସୋମବାର ମହାଦେବ ଶିବଙ୍କୁ ଜଳାଭିଷେକ କଲେ ମହାପୁଣ୍ୟ ମିଳେ ବୋଲି କେଉଁ କାଳରୁ ଏଭଳି ପ୍ରଥା ଓ ବିଶ୍ୱାସ ରହିଆସିଛି । ତାହା ପୁଣି ନଦୀରୁ ପାଣି ଭାରନେଇ ପଦଯାତ୍ରା କଲେ ବହୁ ଗୁଣରେ ବୃଦ୍ଧି ପାଇଥାଏ । ଏହି ପ୍ରଥାକୁ ଏକ ପ୍ରକାର ବିଶ୍ୱାସକୁ ନେଇ ବୋଲବମ୍ ଭକ୍ତଙ୍କର ମହାଦେବ ମନ୍ଦିରକୁ ଯାତ୍ରାରେ ଅଂଶ ଗ୍ରହଣ କରିବା ପାଇଁ ସଂପ୍ରତି ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଛି । ବୋଲବମ୍ ଭକ୍ତମାନେ ନଦୀରୁ ଜଳନେଇ ଶିବ ମନ୍ଦିରକୁ ନିରାଡମ୍ବର ଭାବେ ଯାତ୍ରା କରିଥାନ୍ତି । ତିହିଡି ବ୍ଲକର ପୂରାତନ ଶୈବ ପୀଠ ନୂଆଶାସନ ଗାଁର କୁମାରେଶ୍ୱର ମହାଦେବ, ଶଙ୍ôଖଡାର ଶଙ୍ଖଡେଶ୍ୱର ମହାଦେବ, ଲିଙ୍ଗାଡି ଗାଁର ଲିଙ୍ଗେଶ୍ୱର ମହାଦେବ, ମହାଦେବଡିହର ପିମ୍ପଳେଶ୍ୱର, ସୟା ପଞ୍ଚାୟତର ବାଂଶବାଗ ଗାଁର ବୁଢା ମହାଦେବ ବା ମୁକ୍ତେଶ୍ୱର ମହାଦେବ, ସିନ୍ଦୋଳ ପଞ୍ଚାୟତ ଅଧିନ କମାରିଆରେ ଶିବ ମନ୍ଦିର, ଷାଟିବାଟିରେ ଗଙ୍ଗେଶ୍ୱର ମହାଦେବ, ମହାଦେବସାହିର ମହେଶ୍ୱର, ମହରମପୁରରେ ମହାଲିଙ୍ଗେଶ୍ୱର, ତିହିଡିରେ ସ୍ୱପ୍ନେଶ୍ୱର ଓ ବଟେଶ୍ୱର, ହରିପୁରରେ ଷେଣ୍ଡେଶ୍ୱର, ବଡଗାଲୋରେ ବକ୍ରେଶ୍ୱର, ଗଳଗଣ୍ଡପୁରରେ ଗଜନ୍ଦ୍ରେଶ୍ୱର, ଝିଙ୍କିରିଆରେ ଅମରେଶ୍ୱର, କାଳିମେଘାରେ ନିଳକଣ୍ଠେଶ୍ୱର, ଅଲ୍ଲୀନଗରରେ ମହାଦେବ ଓ ଆରୁହାସ୍ଥିତ ମୁକ୍ତେଶ୍ୱର ଆଦି ସମସ୍ତ ପୀଠ ଚଳଚଞ୍ଚଳ ହୋଇଛି । କାଉଡିଆମାନେ ଭକ୍ତପୂତ ସମର୍ପଣ କରିବା ସହିତ ପାଣି ଢାଳି ବ୍ରତ ପାଳନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।