ଶାଳୀନତାର ସୀମା ଟପିଲେ ଆଇଟମ ଗାର୍ଲ, ନାଚିବା ସମୟରେ ମୁଣ୍ଡରେ ହାତ ମାରିଦେବାରୁ ଯୋତା ଉଠାଇଲେ ବରିଷ୍ଠ ନାଗରିକ।

329

କଟକ (ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୩: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ପାଟଣମଙ୍ଗଳା ପୀଠରେ ଅନୁଷ୍ଠିତ ହେଉଥିବା ଅପେରାରେ ଗୁରୁବାର ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ଅପେରାରେ ଜନୈକା ଆଇଟମ ଗାର୍ଲ ନିଆଳି ଛେନା ଶୀର୍ଷକ ଗୀତ ଗାଇ ନାଚରେ ଏତେ ମଜିଯାଇଥିଲେ ଯେ ସ୍ଥାନ-କାଳ-ପାତ୍ର ଭୁଲି ଯାଇଥିଲେ । ମଞ୍ଚ ନିକଟରେ ବସିଥିବା ଜଣେ ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ବୁଲାଇ ଦେଇଥିଲେ । ଯାହାକୁ ନେଇ ବରିଷ୍ଠ ନାଗରିକ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଆଇଟମ ଗାର୍ଲକୁ ଯୋତା ଦେଖାଇଥିଲେ । ତେବେ ଆଇଟମ ଗାର୍ଲଙ୍କ ନାଚ ସହ ତାଳ ଦେଇ ନାଚୁଥିବା କିଛି ଯୁବକ ଏହି ଘଟଣାକୁ ସହଜରେ ହଜମ କରିପାରି ନଥିଲେ । ଆଇଟମ ଗାର୍ଲଙ୍କ ପକ୍ଷ ନେଇ ସଂପୃକ୍ତ ବରିଷ୍ଠ ନାଗରିକଙ୍କୁ ‘ଯଦି ଏପରି ନୃତ୍ୟ ଭଲ ନ ଲାଗୁଛି ତେବେ ପଛକୁ ପଳାଅ’ ବୋଲି ଧମକ ଦେଇଥିଲେ । ଏହି ଘଟଣା ସଂପ୍ରତି ଆଲୋଚନାର ବିଷୟ ହୋଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।