ଜଳେଶ୍ଵର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ, ପ୍ରତିବାଦରେ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ତାଲା ବନ୍ଦ ଆନ୍ଦୋଳନ।

155

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ମଧୁପୁର ଜଳେଶ୍ଵର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ। ପ୍ରତିବାଦରେ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ତାଲା ବନ୍ଦ ଆନ୍ଦୋଳନ। ସୋମବାର ସକାଳୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଶ୍ରେଣୀ ଗୃହକୁ ପ୍ରବେଶ କରାଇ ଦେଇନଥିଲେ। ଛାତ୍ରଛାତ୍ରୀଙ୍କ ସହ ବହୁ ଅବିଭାବକ ଆନ୍ଦୋଳନରେ ସାମିଲ ହୋଇ ବ୍ଲକ ଶିକ୍ଷା ବିଭାଗ ବିରୋଧରେ ବର୍ଷିଥିଲେ। ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଜଣେ ଡେପୁଟେସନରେ ସପ୍ତାହକୁ ଦୁଇଦିନ ଆସି କାମ ଚଳାନ୍ତି। ଆଉ ମାତ୍ର ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାନ୍ତି। ସେଥିମଧ୍ୟରୁ ଏହି ୩ ଜଣ ପାଳି କରି ଆସନ୍ତି। ବାରମ୍ବାର ଅଭିଯୋଗ ପରେ ଫଳ ଶୂନ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ଯକୁ ଠେଲି ହୋଇ ଯାଉଛି। ଯାହାକୁ ନେଇ ଅବିଭାବକମାନେ ଛାତ୍ରଛାତ୍ରୀଙ୍କ ସହ ଏପରି ପ୍ରତିବାଦ ଓ ଆନ୍ଦୋଳନ କରିଥିବା ସୂଚନା ମିଳିଛି। ଅନ୍ୟପଟେ ବ୍ଲକ ଶିକ୍ଷାଧିକାରୀ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ଯ କ୍ଷେତ୍ରୀୟ ତଦନ୍ତରେ ଯାଇନଥିବା ବଡ ବିଡମ୍ବନାର ବିଷୟ ସାଜିଛି। ତେବେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଅବିଭାବକ ମାନଙ୍କ ପକ୍ଷରୁ ଚେତାବନି ଦିଆ ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |