ବାଲିମେଦରୁ ଧରା ପଡିଲା ସନ୍ଦିଗ୍ଧ ପାରା, ଗୁପ୍ତଚର ସନ୍ଦେହ।

230

କଟକ (ଉତ୍କଳ ନ୍ୟୁଜ) ୨୯-୦୩-୨୦୨୩ : ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିମେଦରୁ ଧରା ପଡିଲା ସନ୍ଦିଗ୍ଧ ପାରା। ଗୁପ୍ତଚର କାମରେ ନିୟୋଜିତ ହୋଇଥିବା ସନ୍ଦେହ କରାଯାଉଛି। ନିକଟ ପୂର୍ବରୁ ଦୁଇଟି ପାରାଦୀପ ଓ ପୁରୀ ପରେ ଏବେ ଭଦ୍ରକରୁ ଧରା ପଡ଼ିଛି ଗୋଟିଏ ସନ୍ଦିଗ୍ଧ ପାରା। ପୂର୍ବ ଦୁଇ ଘଟଣା ପରି ଏଥର ବି ଧରା ପଡ଼ିଥିବା ପାରା ଗୋଡ଼ରେ ଲାଗିଛି କିଛି କୋଡ୍ ନମ୍ବର। ତେଣୁ ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଇଛି। ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବାଲିମେଦ ନୋଡାଲ ସ୍କୁଲରେ ଏହି ସନ୍ଦିଗ୍ଧ ପାରାକୁ ପ୍ରଥମେ ଗାଁର କିଛି ଲୋକ ଦେଖିଥିଲେ । ସ୍କୁଲରେ ପାରଟି ବସିଥିବା ବେଳେ ସୁଶିଲ କୁମାର ମହାନ୍ତି ନାମକ ଜଣେ ଯୁବକ ତାକୁ ଧରି ପକାଇଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |