ବିଷ୍ଣୁ ସେଠୀ ଗରିବ ଓ ସାଧାରଣ ଲୋକଙ୍କ ନେତା ଥିଲେ- ଜୟ ପ୍ରକାଶ ନଡ୍ଡା। ସ୍ମରଣିକା "ବିଷ୍ଣୁପଥ" ଉନ୍ମୋଚିତ।

206

କଟକ (ଉତ୍କଳ ନ୍ୟୁଜ) ୩୦-୦୯-୨୦୨୨ : ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ବାଦଶାହରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ବିଷ୍ଣୁ ସେଠୀ ଗରିବ ଓ ସାଧାରଣ ଲୋକଙ୍କ ନେତା ଥିଲେ। ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ନେତା ଭାବେ ନିଜ ଇଲାକା ସମେତ ରାଜ୍ୟ ଓ ଜାତୀୟ ରାଜନୀତିରେ ବେଶ ପରିଚିତ ଥିଲେ। ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ସାହିତ୍ୟିକ, କବି ଓ ଲେଖକ ଭାବେ ନିଜର ସୁଖ୍ୟାତି ଅର୍ଜନ କରି ପାରିଥିଲେ। ତାଙ୍କ ଆବର୍ତ୍ତମାନରେ ଏହି ମାଟି ଓ ବିଜେପିର ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ଭଦ୍ରକ ଜିଲ୍ଲା ତିହିଡି କଲେଜ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ଯ ଅତିଥିଭାବେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜୟ ପ୍ରକାଶ ନଡ୍ଡା ବକ୍ତବ୍ଯରେ କହିଥିଲେ।

ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ଯ ସଭାପତି ସମୀର ମହାନ୍ତି ଯୋଗଦେଇ ବିଷ୍ଣୁ ସେଠୀଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର ଅମ୍ଳାନ ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ବିଷ୍ଣୁ ସେଠୀଙ୍କ ଉଦ୍ଦେଶ୍ଯରେ ଏକ ପୁସ୍ତକ "ବିଷ୍ଣୁପଥ" ଉନ୍ମୋଚିତ କରା ଯାଇଥିଲା। ସକାଳ ପ୍ରାୟ ୧୦.୧୫ ଘଟିକାରେ ଅତିଥିମାନେ ହେଲିକେପ୍ଟର ଯୋଗେ ଆସି ସ୍ଥାନୀୟ କାଳୀ ପଡିଆରେ ଅବତରଣ କରିବା ପରେ ବିଷ୍ଣୁ ସେଠୀଙ୍କ ଭିଟାମାଟି ମଙ୍ଗରାଜପୁରସ୍ଥିତ ସମାଧି ପୀଠ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ।

ସ୍ୱର୍ଗତ ସେଠୀଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀ, ହେମନ୍ତ ପାଢୀ, ପଞ୍ଚାନନ ନାୟକ, ଅଭିମନ୍ୟୁ ସେଠୀ, ଡ. ପ୍ରଦୀପ ନାୟକ, କଳ୍ପନା ନାୟକ, ମନସ୍ମିତା ଖୁଣ୍ଟିଆ, ଦୀନବନ୍ଧୁ ପତି, ମାଧବାନନ୍ଦ ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ରଞ୍ଜିତା ସ୍ବାଇଁ, ବିରେନ୍ଦ୍ର ପଣ୍ଡା, ସଂଗ୍ରାମ ଆଚାର୍ଯ୍ୟ, ଅଭୟ ଦ୍ବିବେଦୀ, ଲକ୍ଷ୍ମୀଧର ଡ୍ରିପାଠୀ, ମୁକ୍ତିକାନ୍ତ ନାୟକ, ଶଶିକାନ୍ତ ବିଶ୍ବାଳ, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଭରତ ସାହୁ, ରାଜ କିଶୋର ନାୟକ, ଅମୁଲ୍ଯ ସେନାପତି, ଶୁଭ୍ର ନାରାୟଣ ସେଠୀ, ସଚ୍ଚିକାନ୍ତ ନାୟକ, ଉମାକାନ୍ତ ଦାସ, ଅମୀୟଚାନ୍ଦ ନାୟକ, ଶୁସାନ୍ତ ସେଠୀ, ପ୍ରମୋଦ ଦାସ, ଶୁସାନ୍ତ ସାହୁ, ବୁଦ୍ଧଦେବ ଜେନା, ପ୍ରଦୀପ ବଳ, ଗୌତମ ରାୟ, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ, ବଦ୍ରିନାରାୟଣ ଧଳ, ସଂଗ୍ରାମ ମହାନ୍ତି, ଜ୍ଞାନରଞ୍ଜନ ସାମନ୍ତସିଂହାର, ଦୀନବନ୍ଧୁ ମହାକୁଡ, ମାନସ ନାୟକ, ମାଳତୀଲତା ସାହୁ, ଝରଣା ଜେନା, ସ୍ବର୍ଣ୍ଣମୟୀ ଜେନା, ପ୍ରତାପ ଜେନା, ସୀତାକାନ୍ତ ନାୟକ, କେଶବ ବେହେରା, ବିଜୟ ବଳ, କାହ୍ନୁ ବେହେରା, ପ୍ରଭାସ ମହାନ୍ତି, କମଳା ସୂତାର, କାହ୍ନୁ ଚରଣ ବେହେରା, ପ୍ରଭାସ ମହାନ୍ତି, କମଳାକାନ୍ତ ସୂତାର, ଦେବେନ୍ଦ୍ର ପୁହାଣ, ବାପୁଜୀ ନାୟକ, ସୀତାକାନ୍ତ ନାୟକ, ସୁମିତ୍ରା ପାଣି, ଝରଣା ବିଶ୍ବାଳ, ମମତା ବେହେରା, ଜଗନ୍ନାଥ ଦାସ, ଅଶୋକ ପୁହାଣ, ପଞ୍ଚାନନ ରାଉତ, ଡ.ରଞ୍ଜିତ ଖଟୁଆ, ତୁଷାର ଜେନା, ନରେନ ପଲାଇ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଶୁକଦେବ ମଳିକ, ନିରାକାର ଜେନା, ସ୍ବାଧିନ ସୁନ୍ଦର ଦାସ, ଜ୍ୟୋତି ପ୍ରକାଶ ମହାନ୍ତି, ଅକ୍ଷୟ ସାହୁ, ପ୍ରଭାତ ଜେନା, ଶରତ ପରିହାରୀ, ବୈକୁଣ୍ଠ ସାହୁ, ଉମାମଣି ସାହୁ, ପୂର୍ଣ୍ଣଚନ୍ଦ୍ର ପାଣି, ତପନ ମହାନ୍ତି, ଅମ୍ବିକା ଦାସ, ଜଗନ୍ନାଥ ଦାସ, ତୁଷାର ଜେନା, ଭାଷ୍କର ସାହୁ, ତପନ ପାଣି ପ୍ରମୁଖ ଜିଲ୍ଲା ତଥା ରାଜ୍ଯ ସ୍ତରୀୟ ନେତାଙ୍କ ସମେତ ହଜାର ହଜାର ସ୍ଥାନୀୟ ଜନସାଧାରଣଙ୍କ ସମାଗମ ହୋଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |