ମା ଙ୍କ ପୂଜା ରେ ବର୍ଷା ସାଜିପାରେ ବାଧକ |

231

କଟକ (ଉତ୍କଳ ନ୍ୟୁଜ) ୨୩-୦୯-୨୦୨୨ : ଚଳିତ ବର୍ଷ ପୂଜା ରେ ବାଧକ ସାଜି ପରେ ଲଘୁଚାପ ଜନିତ ବର୍ଷା ! ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର | ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣା ଏ ପୂଜା ହେବ ଏନେଇ ଜୋରସୋର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି | ସାରା ରାଜ୍ୟବାସୀ ପୂଜା କୁ ଅପେକ୍ଷା କରି ରହିଚାହଁନ୍ତି | ଠିକ ସେତିକି ବେଳେ ବର୍ଷା ର କଳା ବଦଳ ମାଡି ଆସିଲାଣି | ଗୋଟିଏ ନୁହେଁ ଦୁଇଟି ଘୁର୍ଣ୍ଣିବଳୟ ଆସୁଛି | ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି | ପାଣିପାଗ ବିଭାଗ ଅନୁଯାୟୀ, ସନ୍ତ ୨୬ ତାରିଖ ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ | ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ର ଉପକୂଳ ରେ ଏହା ସୃଷ୍ଟି ହେବ ର ସମ୍ଭାବନ ରହିଛି | ଏହା ଘନୀଭୂତ ହୋଇ ଲଘୁଚାପ ରେ ପରିଣତ ହୋଇପାରେ | ବରିଷ୍ଠ ପାଣିପାଗ ବିଭାଗ ର ଅଧିକାରୀ କହିଛନ୍ତି , ଆସନ୍ତା ୨୫ ତାରିଖ ରେ ଉତ୍ତର ବଙ୍ଗୋପସାଗର ରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ | ଏହା ୨୯ ତାରିଖ ଯାଏଁ ସକ୍ରିୟ ରହିବ | ଘୁର୍ଣ୍ଣିବଳୟ ପ୍ରଭାବ ରେ କମ ବର୍ଷା ହେବ | ଦକ୍ଷିଣ ଓଡିଶା ରେ ଅଧି ବର୍ଷା ହେବ ର ସମ୍ଭାବନା ରହିଛି |