ପ୍ରଥମ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ମିଳିବ ୫ -ଜି ସେବା : କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ |

188

କଟକ (ଉତ୍କଳ ନ୍ୟୁଜ) ୧୬-୦୯-୨୦୨୨ : ପ୍ରଥମ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ମିଳିବ ୫ -ଜି ସେବା | ଦେଶ ରେ ଅକ୍ଟୋବର ମାସ ରୁ ପ୍ରଥମ ପର୍ଯ୍ୟାୟ ରେ ୧୩ ଟି ସହର ରେ ୫ ଜି ସେବା ଆରମ୍ଭ କେନ୍ଦ୍ର ସରକାର ନିଷ୍ପତ୍ତିନେଇଥିବା ବେଳେ ଓଡିଶା ରେ ମଧ୍ୟ ଏହି ସେବା ଆରମ୍ଭ କରିବେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପୁରୀ ରେ ବିଜେପି ର ୩ ଦିନିଆ ପ୍ରଶିକ୍ଷଣ ଶିବିର ରେ ଉଦଯାପନୀ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆସି ଗଣମାଧ୍ୟମ ପ୍ରତିକ୍ରିୟା ଦେଇଥିଲେ | ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ରେ ୫ ଜି ଟେଲିକମ ସେବା ଆରମ୍ଭ ବେଳେ ତାହା ଓଡିଶା ରାଜ୍ୟ ରେ ମଧ୍ୟ ଆରମ୍ଭ ହେବ | ୫ ଜି ସେବା ର ବିକିରଣ ଅଧିକ ରହିବାର ଆଶଙ୍କା କୁ ଖଣ୍ଡନ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଧାରିତ ପରିମାଣ ଠୁ ୧୦ ଗୁଣା କମ ବିକିରଣ ୫ ଜି ସେବାରେ ହେବ | ସୂଚନା ଯୋଗ୍ୟ, ଦେଶ ରେ ପ୍ରଥମ ପର୍ଯ୍ୟାୟ ରେ ୧୩ ଟି ସହର ରେ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା | ଏସବୁ ସହର ଗୁଡିକ ହେଲଲା ହରିୟାଣା ର ଗୁରୁଗ୍ରାମ ଓ ଚଣ୍ଡୀଗଡ଼ , ଗୁଜୁରାଟ ର ଅହମ୍ମଦାବାଦ , ଗାନ୍ଧିନଗର ଓ ଜାମନଗର କର୍ଣ୍ଣାଟକ ର ବାଙ୍ଗାଲୁରୁ , ତାମିଲନାଡୁ ର ଚେନ୍ନାଇ , ମହାରାଷ୍ଟ୍ର ର ମୁମ୍ବାଇ ଓ ପୁନେ , ପଶ୍ଚିମବଙ୍ଗ ର କୋଲକାତା ଆଦି ସହର ଗୁଡି଼କ ରେ ପ୍ରଥମ ପର୍ଯ୍ୟାୟ ରେ ୫ ଜି ସେବା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା | କେନ୍ଦ୍ର ଟେଲିକମ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡିଶା ର ରାଜ୍ୟସଭା ସାଂସଦ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ୫ ଜି ସେବା ଆରମ୍ଭ ତାଲିକା ରେ ଓଡିଶା ର କୌଣସି ସହର ସାମିଲ ନହେବାକୁ ନେଇ ରାଜ୍ୟ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ସୁହା ଅନୁଯାୟୀ , ୫ ଜୀ ସେବା ଆରମ୍ଭ ହେଲେ ଗ୍ରାହକମାନେ ୪ ଜି ତୁଳନା ରେ ୧୦ ଗୁଣା ସ୍ପିଡ଼ ର ଇଣ୍ଟରନେଟ ସେବା ଉପଯୋଗ କରିପାରିବେ |