ଶ୍ରୀ ରଘୁନାଥ ପ୍ରସାଦ ନାୟକ ଆରକ୍ଷୀ ଉପ ଅଧିକ୍ଷକ ଙ୍କୁ ମାନ୍ୟବର ରାଷ୍ଟ୍ରପତି ଙ୍କ ଦ୍ୱାରା ପୋଲିସ ପଦକ ପ୍ରଦାନ |

141

କଟକ (ଉତ୍କଳ ନ୍ୟୁଜ) ୧୮-୦୮-୨୦୨୨ : ଶ୍ରୀ ରଘୁନାଥ ପ୍ରସାଦ ନାୟକ ଆରକ୍ଷୀ ଉପ ଅଧିକ୍ଷକ ଙ୍କୁ ତାଙ୍କୁ ର କର୍ତବ୍ୟ ନିଷ୍ଠା ଓ ସାଧୁତା ର ସ୍ୱୀକୃତି ସ୍ୱରୂପ ମାନ୍ୟବର ରାଷ୍ଟ୍ରପତି ଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ପ୍ରଦାନ କରାଯାଇଛି | ଶ୍ରୀ ରଘୁନାଥ ପ୍ରସାଦ ନାୟକ ୨୦୦୦ ମସିହା ରେ ଓଡିଶା ପୋଲିସ ରେ ଆରକ୍ଷୀ ଉପ ନିରୀକ୍ଷକ ଭାବେ ଯୋଗଦାନ କରିଥିଲେ |

ତାଲିମ ସମାପ୍ତି ପରେ ଶ୍ରୀ ନାୟକ ଗଜପତି ଏବଂ ଗଂଜାମ ଆଦି ଜିଲ୍ଲା ରେ ଅବସ୍ଥାପିତ ହୋଇ ମାଓବାଦୀ ବିରୋଧୀ ଅଭିଯାନ ରେ ସାମିଲ ହୋଇ ନିଜର କର୍ତବ୍ୟ ସୁଚାରୁରୂପେ ସମ୍ପାଦନ କରି ଉଚ୍ଚ ପ୍ରସଂଶିତ ହେବା ସଂଗେ ସଂଗେ ପୁରସ୍କୃତ ହୋଇଥିଲେ | ଶ୍ରୀ ନାୟକ ୨୦୦୯ ମସିହା ରେ ଆରକ୍ଷୀ ନିରୀକ୍ଷକ ଓ ୨୦୨୧ ମସିହା ରେ ଆରକ୍ଷୀ ଉପ ଅଧିକ୍ଷକ ପଦବୀ କୁ ପଦୋନ୍ନତି ପାଇ ନଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଆସୁଛନ୍ତି | ଆରକ୍ଷୀ ଉପ ଅଧିକ୍ଷକ ସ୍ୱତନ୍ତ୍ର ସଖା କଟକ ଠାରେ ଅନେକ ଉଲ୍ଲେଖନୀୟ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ସୁପରିଚାଳନା କରି ବିଭିନ୍ନ ଆନ୍ଦୋଳନ ଓ ଅପରାଧିକ କାର୍ଯ୍ୟକଳାପ କୁ ପ୍ରତିହତ କରିପାରିଛନ୍ତି | ବର୍ତ୍ତମାନ ଶ୍ରୀ ନାୟକ ଆରକ୍ଷୀ ଉପ ଅଧିକ୍ଷକ ଭାବେ ସ୍ୱତନ୍ତ୍ର ଶାଖା କଟକ ରେ କାର୍ଯ୍ୟରତ |

ଶ୍ରୀ ନାୟକ ଙ୍କ ର କର୍ତବ୍ୟ ନିଷ୍ଠା ଓ ସାଧୁତା ର ସ୍ୱୀକୃତି ସ୍ୱରୂପ ଭାରତ ର ମାନ୍ୟବର ରାଷ୍ଟ୍ରପତି ତାଙ୍କୁ ୨୦୨୨ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନିମନ୍ତେ ପୋଲିସ ପଦକ ପ୍ରଦାନ କରିବା ସଂଗେ ସଂଗେ ରାଜ୍ୟ ସରକାର ମାନପତ୍ର ଏବଂ ସାତ ହଜାର ପାଞ୍ଚ ସହ ଟଙ୍କା ର ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନ୍ୟୁଜ |