ଉତ୍କଳ ନ୍ୟୁଜ ପକ୍ଷରୁ ଆଜାଦୀକା ଅମୃତ ମହୋତ୍ସବ ପାଳିତ |କଟକ ଚୌଦ୍ୱାର ଅଂଚଳ ର ମାଟ୍ରିକ ପରୀକ୍ଷା ଟପ୍ପର ଙ୍କୁ ସମ୍ବର୍ଦ୍ଧନା |

130

କଟକ (ଉତ୍କଳ ନ୍ୟୁଜ) ୧୭-୦୮-୨୦୨୨:ଉତ୍କଳ ନ୍ୟୁଜ ଓ ଉତ୍କଳ ସୂର୍ଯ୍ୟ ପରିବାର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଉତ୍କଳ ନ୍ୟୁଜ ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଆଜାଦୀ କା ଅମୃତ ମହୋତ୍ସବ ସହ ୨୦୨୧ -୨୨ ଶିକ୍ଷା ବର୍ଷ ରେ ମାଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷା ରେ ସଫଳ କୃତିତ୍ୱ ଅର୍ଜନ କରିଥିବା ଚୌଦ୍ୱାର ଅଂଚଳ ର କିଛି ଛାତ୍ରଛାତ୍ରୀ ଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ମର୍ଯ୍ୟାଦା ଜନକ 'ଉତ୍କଳ ସୂର୍ଯ୍ୟ ଉପାଧି' ରେ ସମ୍ମାନିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଇମ୍ଫା ର ଡିଜିଏମ ତଥା ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଧୃବ ଚରଣ ରାଉତ , ଉତ୍କଳ ନ୍ୟୁଜ ସମ୍ପାଦିକା ସୁଶ୍ରୀ ସୁନିତା ମହାପାତ୍ର , ଉତ୍କଳ ସୂର୍ଯ୍ୟ ସମ୍ପାଦକ ବିନୟ ଚନ୍ଦ୍ର ମହାନ୍ତି , ମୁଖ୍ୟ ବକ୍ତା ପଣ୍ଡିତ କାଳନ୍ଦୀ ଚରଣ ମହାରଣା ,

ସମ୍ମାନୀୟ ଅତିଥି ଡାକ୍ତର ଶୁଭ୍ରାଂଶୁ ପଟ୍ଟନାୟକ, ଡାକ୍ତର ସାଇନ ଶୁଭଦର୍ଶୀନି, ଡାକ୍ତର ଏ .ଏଚ . ଖାନ , ଉଦ୍ଧାର ଫାଉଣ୍ଡେସନ ସଭାପତି ନରୋତ୍ତମ ଦାସ , ୬ ନମ୍ବର ୱାର୍ଡ କାଉନସିଲର ଦିଲ୍ଲୀପ କୁମାର ସାହୁ, ସମାଜସେବୀ ଶରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଭା କାର୍ଯ୍ୟ ରେ ଯୋଗଦେଇଥିଲେ | ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା ପରେ ଦେଶ ର ସ୍ୱାଧୀନତା ପାଇଁ ନିଜ ର ଜୀବନ କୁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସମ୍ମାନିତ ଅତିଥି ଡାକ୍ତର ଏ. ଏଚ. ଖାନ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ | ଉତ୍କଳ ନ୍ୟୁଜ ସମ୍ପାଦିକା ସୁଶ୍ରୀ ସୁନିତା ମହାପାତ୍ର ବିବରଣୀ ପାଠ କରିଥିଲେ |

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଧୃବ ଚରଣ ରାଉତ ଛାତ୍ରଛାତ୍ରୀ ମାନଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କ ଲକ୍ଷ ସାଧନା କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ | ମୁଖ୍ୟ ବକ୍ତା ପଣ୍ଡିତ କାଳନ୍ଦୀ ଚରଣ ମହାରଣା ଦେଶ ସ୍ୱାଧୀନ ପାଇଁ ନିଜ ର ଜୀବନ କୁ ଦେଶ ପାଇଁ ସମର୍ପଣ କରିଦେଇଥିବା ମହାପୁରୁଷ ମାନଙ୍କ ର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ | ସଭା ରେ ଅତିଥି ମାନଙ୍କ ର ଅଭିଭାଷଣ ପରେ ସ୍ଥାନୀୟ ଅଂଚଳ ର କିଛି ବରିଷ୍ଠ ନାଗରିକ , ଶିଶୁକଳାକାର ଓ ସଫଳ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରଛାତ୍ରୀ ମାନେ ହେଲେ - କଟକ ଜିଲ୍ଲା ର ସମସ୍ତ ଆଦର୍ଶ ବିଦ୍ୟାଳୟ ରୁ ଟପ୍ପର ହୋଇଥିବା ଟାଙ୍ଗି ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ରାଜଲକ୍ଷ୍ମୀ ବେହେରା , ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୌଦ୍ୱାର ରୁ ସର୍ବାଧିକ ନମ୍ବର ରଖିଥିବା ଯସ୍ମିନ ମାହେଶ୍ୱରୀ , ଏସ୍ପି ଓମ ପ୍ରକାଶ ମୁଦୁଲି , ଅର୍ଚିତା ମହାନ୍ତି , ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶାରଦା ନଗର ର ସର୍ବାଧିକ ମାର୍କ ରଖିଥିବା ପ୍ରିୟାଂଶୁ ଜେନା ,

ସୌମ୍ୟ ରଞ୍ଜନ ମହାପାତ୍ର , କାଁହୁ ଚରଣ ନୋଡାଲ ବିଦ୍ୟାପୀଠ ବ୍ରହ୍ମପୁର ର ସୁଶ୍ରୀ ଅଙ୍କିତା ସାହୁ , ଉତ୍କଳ ଇନ୍ଟରନ୍ୟାଶନାଲ ସ୍କୁଲ ର ଆକାଶ ବାରିକ , ଅନନ୍ୟା ପ୍ରିୟଦର୍ଶିନୀ ସ୍ୱାଇଁ ଏବଂ ରେଭେନ୍ସା ହାୟର ସେକେଣ୍ଡାରୀ ଯୁକ୍ତ ଦୁଇ କଳା ବିଭାଗ ର ଶ୍ଵେତା ଦାସ , ଓ ଚୌଦ୍ୱାର କଲେଜ ର ଛାତ୍ରୀ ପ୍ରୀତିନନ୍ଦା ଲେଙ୍କା , ମଙ୍ଗରାଜପୁର ହାଇ ସ୍କୁଲ ର ସୁଶ୍ରୀ ଲକ୍ଷ୍ମୀ କୁର୍ଲି , ଗୋଖେଲ ଆଇଡିଆଲ କଲେଜ ଶଙ୍କରପୁର ର ସ୍ଵର୍ଣ୍ଣମୟୀ ମହାରଣା , ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆଗ୍ରାହାଟ ପ୍ରଜ୍ଞା ପରିମିତା ସ୍ୱାଇଁ , ଗୋଡ ପୋଖରୀ ହାଇସ୍କୁଲ ର ଓମ ମହାରଣା ଓ ଡି ଏ ଭି ପବ୍ଲିକ ସ୍କୁଲ କଟକ ର ଜ୍ୟୋତି ରଞ୍ଜନ ଜେନା ପ୍ରମୁଖ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ଅଂଚଳ କିଛି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦିବାକର ଲେଙ୍କା , ପ୍ରମୋଦ କୁମାର ପଣ୍ଡା , ଜୟଦେବ ଓଝା , ଜଗନ୍ନାଥ ଜେନା , ବିଚିତ୍ର ରଞ୍ଜନ ଦାସ, ଅଶୋକ କୁମାର ସାହୁ ,

ବ୍ରଜ କିଶୋର ମହାପାତ୍ର , ମୂର୍ତ୍ତି ହର ଗୋପାଳ ରାଓ , ବଟକୃଷ୍ଣ ମହାରଣା , ସାମ୍ବାଦିକ ମାନସ କୁମାର ସାମଲ , ବିମଲ କୁମାର ବେଉରା , ସରୋଜ କୁମାର ସାହୁ , ପବିତ୍ର ମହାନ୍ତି , ନବୀନ ରାଓ , ରଞ୍ଜନ କୁମାର ସ୍ୱାଇଁ , ତ୍ରିଲୋଚନ ଖୁଣ୍ଟିଆ , ସରୋଜ କୁମାର ବଦ୍ରା, ଓ ଶିଶୁ କଳାକାର ଓମ ସାଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକ ମଂଚ ପରିଚାଳନା କରିଥିବା ବେଳେ, କାର୍ଯ୍ୟକାରୀ ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ |