ସ୍ୱାଧୀନତା ଦିବସ ରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ |

132

କଟକ (ଉତ୍କଳ ନ୍ୟୁଜ) ୧୧-୦୮-୨୦୨୨ : ରାଜ୍ୟ ସରକାର ବଦଳାଇଲେ ନିଷ୍ପତ୍ତି | ସ୍ୱାଧୀନତା ଦିବସ ଉତ୍ସବ ରେ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି | ଛାତ୍ରଛାତ୍ରୀ ଏହି ପବିତ୍ର ଦିନ ରେ ସାମିଲ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି | ଉଲ୍ଲେଖନୀୟ ଯେ ଗତ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏ ବର୍ଷ ସ୍କୁଲ ରେ ଅଗଷ୍ଟ ୧୫ ପାଳନ ହେବ କିନ୍ତୁ ପିଲା ଭାଗ ନେବେନି ବୋଲି କହିଥିଲେ | କେବଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଗହଣ ରେ ସ୍ୱାଧୀନତା ଦିବସ ପାଳନ କରାଯିବ ଓ କୋରାନା ର ଚତୁର୍ଥ ଲହର ରେ ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟୀ , ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ |