ମଙ୍କିଫକ୍ସ ସଂକ୍ରମଣ ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ |

70

କଟକ (ଉତ୍କଳ ନ୍ୟୁଜ) ଦେଶ ରେ ମଙ୍କିଫକ୍ସ ସଂକ୍ରମଣ ଧୀରେ ଧୀରେ ତାର କାୟା ବିସ୍ତାର କରିବା ଆରମ୍ଭ କରିସାରିଲେଣି | ଏନେଇ କେନ୍ଦ୍ର ସରକାର ଏହି ସଂକ୍ରମଣ କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି | ତେବେ ଏନେଇ ମଙ୍କିଫକ୍ସ ରୋଗ ର ମୁକାବିଲା କରିବା ପାଇଁ ଓଡିଶା ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବ ରେ ପ୍ରସ୍ତୁତ ଅଛନ୍ତି | କଟକ ଏସସିବି ରେ ଖୋଲାଯାଇଛି ନୋଡାଲ ସେଣ୍ଟର | ଏଥିପାଇଁ ସଂକ୍ରମଣ ରୋଗ ବିଭାଗ ରେ ଦୁଇଟି ବେଡ଼ ସହ ୨ ଟି ଆଇସୋଲେସନ କ୍ୟାବିନ ପ୍ରସ୍ତୁତ କରାଯାଇଛି | ମେଡ଼ିସିନ ବିଭାଗ ଆଇସିୟୁ ରେ ୪ ଟି ବେଡ଼ ର ବ୍ୟବସ୍ଥା କରାଯାଇଛି | ଏସସିବି ମେଡିକାଲ ତରଫରୁ ମେଡ଼ିସିନ , ପେଡିଆଟ୍ରିକ , ମାଇକ୍ରୋ ବାୟୋଲୋଜି , ଗାଇନୀକ ଓ ସ୍କିନ ବିଭାଗ ର ଡାକ୍ତର ଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି | ଆଉଟଡୋର ଓ ଇଣ୍ଡୋର କୁ ଆସୁଥିବା ସମସ୍ତ ରୋଗୀ ଙ୍କୁ ଉପରେ ନଜର ରଖିବା ପାଇଁ ସବୁ ବିଭାଗ କୁ ସଜାଗ କରି ଦିଆଯାଇଛି | କୌଣସି ବ୍ୟକ୍ତି ଙ୍କ ଠାରେ ଯଦି ଏହି ରୋଗ ରେ କିଛି ଲକ୍ଷଣ ଦେଖାଯାଇଏ ତେବେ ତୁରନ୍ତ ଏହି ଟିମ କୁ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି | ଏହାବଦେ ଏସସିବି ମେଡିକାଲ ଆରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି | ମଙ୍କିଫକ୍ସ ଆକ୍ରାନ୍ତ ଙ୍କୁ ସଠିକ ଭାବେ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମେଡ଼ିସିନ ବିଭାଗ ର ବିଭାଗୀୟ ମୁଖ୍ୟ ତଥା ମଙ୍କିଫକ୍ସ କମିଟି ଅଧ୍ୟକ୍ଷ |