ରାଜଧାନୀ ରେ ଇ -ବସ ସେବା ଆରମ୍ଭ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ |

73

କଟକ (ଉତ୍କଳ ନ୍ୟୁଜ) ୨୯-୦୭-୨୦୨୨ : ସ୍ମାର୍ଟସିଟି ଭୁବନେଶ୍ୱର ରେ ଇ -ବସ ସେବା ଆରମ୍ଭ | ନବୀନ ନିବାସ ସାମ୍ନା ରେ ପତକା ଦେଖାଇ ଇ -ବସ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ରଥମ ପର୍ଯ୍ୟାୟ ରେ ସହର ରେ ୧୦ ଟି ଇ-ବସ ଚଳାଚଳ କରିବ | ଗତ ଦୁଇ ମାସ ତଳୁ ଭୁବନେଶ୍ୱର ରେ ଇ-ବସ ସେବା ପହଂଚି ସାରିଛି | ବସ ଚଳାଚଳ ପାଇଁ ସ୍ୱତନ୍ତ୍ର କ୍ୟାପଟେନ ଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ କରାଯାଇଛି | ବସ ରେ ଯାତ୍ରୀ ନ୍କ ସଂଖ୍ୟା ୩୦ ରେ ସୀମିତ ରଖାଯାଇଛି | ସବୁ ବସ ଗୁଡିକ ର ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରଖାଯାଇଛି | ପଟିଆ ଓ ଭଗବାନପୁର ରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋ ରେ ବସ ଗୁଡିକ ରହିବ | ଏଠାରେ ସେହି ବଡ଼ ଗୁଡିକ ର ଚାରଜିଙ୍ଗ ର ବ୍ୟବସ୍ଥା ମଧ୍ୟ କରାଯାଇଛି |