୧୭ ବର୍ଷ ବୟସ ରେ ଭୋଟ ର ଆଇଡି ପାଇଁ କରିପାରିବେ ଆବେଦନ |

87

କଟକ (ଉତ୍କଳ ନ୍ୟୁଜ) ଭୋଟ ର ପରିଚୟ ପତ୍ର ରେ ସମ୍ବଦ୍ଧ ରେ ଆସିଲା ନୂଆ ନିୟମ | ଏଣିକି ୧୭ ବର୍ଷ ବୟସ ରେ ଭୋଟ ର ଆଇଡି ପାଇଁ କରିପାରିବେ ଆବେଦନ | ଏହି ନୂଆ ନିୟମ ସମ୍ପର୍କ ରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ | ଏନେଇ ଉଚିତ ବ୍ୟବସ୍ଥା କରିବାକୁ ଦେଶ ର ସବୁ ରାଜ୍ୟ ର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଦେଶ ର ମୁଖ୍ୟ ନିର୍ବାଚନ କମିଶନ ର ରାଜୀବ କୁମାର | ପୁରୁଣା ନିୟମ ଅନୁଯାୟୀ ଜଣଙ୍କୁ ୧୮ ବର୍ଷ ହେବା ପରେ ହିଁ ସେ ନିଜର ଭୋଟ ର ପରିଚୟ ପତ୍ର ପାଇଁ ଆବେଦନ କରିପାରୁ ଥିଲେ | ଏକ ନିର୍ଦ୍ଧିଷ୍ଟ ବର୍ଷ ର ଜାନୁଆରୀ କିମ୍ବା ତା ପୂର୍ବ ରୁ ୧୮ ବର୍ଷ ପୂରଣ କରିଥିବା ଜଣେ ଯୁବକ ଭୋଟ ର ଆଇଡି ପାଇଁ ଆବେଦନ କରିପାରୁଥିଲେ | କିନ୍ତୁ ଗୋଟିଏ ନିର୍ଦ୍ଧିଷ୍ଟ ବର୍ଷ ର ଜାନୁଆରୀ ୧ ପରେ ୧୭ ବର୍ଷ ରେ ପାଦ ଦେଉଥିବା ଯୁବକ କିମ୍ବା ଯୁବତୀ ଙ୍କୁ ପୁରା ଗୋଟିଏ ବର୍ଷ ନିଜ ନାଁ ପଞ୍ଜିକରଣ ପାଇଁ ଅପେକ୍ଷା କରିବାକୁ ପଡୁଥିଲା | ହେଲେ ଏବେ ୧୭ ବର୍ଷ ବୟସ ରୁ ଭୋଟର ଆଇଡି ପାଇଁ ଆବେଦନ କରିହେବ | ଆବେଦନକାରୀ ଙ୍କୁ ୧୮ ବର୍ଷ ପୁରିବା ମାତ୍ରେ ତାଙ୍କ ନାଁ ଆପେଆପେ ଭୋଟର ତାଲିକା ରେ ପଞ୍ଜିକରଣ ହୋଇଯିବ | ସୂଚନା ଅନୁଯାୟୀ ନୂଆ ନିୟମ ଅନୁସାରେ ଏଣିକି ବର୍ଷ କୁ ୪ ଥର ଭୋଟର ତାଲିକା ଅପଡେଟ କରାଯାଇ ପାରିବ |