ଅଗଷ୍ଟ ପହିଲା ସପ୍ତାହ ରୁ ଶିକ୍ଷକ ନିଯୁକ୍ତି |

95

କଟକ (ଉତ୍କଳ ନ୍ୟୁଜ) ୨୯-୦୭-୨୦୨୨ : ରାଜ୍ୟ ରେ ଅଗଷ୍ଟ ମାସ ପହିଲା ରୁ ୬୮୯୧ ଶିକ୍ଷକ ନିଯୁକ୍ତି ପାଇବେ | କଳିଙ୍ଗ ଷ୍ଟାଡିୟମ ରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ | ଏନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ସମୀର ରାଜନ ଦାସ ସୂଚନା ଦେଇଛନ୍ତି | ନବନିଯୁକ୍ତି ଶିକ୍ଷକ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସାହିରେ ସମସ୍ତ ଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ | ୬ ହଜାର ୮୯୧ ଜଣ କଳା, ବିଜ୍ଞାନ, ପୀଇଟି , ଓ ଅନ୍ୟାନ୍ୟ ବିଭାଗ ର ଶିକ୍ଷକ ଙ୍କୁ ନିଯୁକ୍ତି ପ୍ରଦାନ କରାଯିବ | ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଙ୍କ ଅନୁଯାୟୀ ରାଜ୍ୟ ରେ ଏବେ ୧୧ ହଜାର ୮୦୦ ଶିକ୍ଷକ ଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି | ଏହି କ୍ରମ ରେ ଆସନ୍ତା ୧ ତାରିଖ ରେ ନୂତନ ଶିକ୍ଷକ ଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ | ରାଜ୍ୟ ରେ ଶିକ୍ଷକ ନିଯୁକ୍ତି ପକ୍ରିୟା ଆରମ୍ଭ ହୋଇଛି ରାଜ୍ୟ ରେ ଶିକ୍ଷା କ୍ଷେତ୍ର କୁ ସଶକ୍ତି କରିବା ନିମନ୍ତେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି |