ସିବିଏସଇ ଦଶମ ପରୀକ୍ଷା ଟପର ଓଡ଼ିଆ ଝିଅ ଶ୍ରେୟା ପଟ୍ଟନାୟକ |

76

କଟକ (ଉତ୍କଳ ନ୍ୟୁଜ) ୨୨-୦୭-୨୦୨୨: ପ୍ରକାଶ ପାଇଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଭୁବନେଶ୍ୱର ଜୋନରେ ପାସ୍ ହାର ୯୬%। ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ ୧୦୦ ରୁ ୧୦୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ଶ୍ରେୟା ମୋଟ ୫୦୦ ରୁ ୫୦୦ ମାର୍କ ରଖି ପାସ୍ କରିଛନ୍ତି | ଭବିଷ୍ୟତ ରେ ମେଡ଼ିକାଲ ନିଜ କ୍ୟାରିଅର କରିବା ଲକ୍ଷ୍ୟ ରଖିଛନ୍ତି | ନିଜକୁ ଆହୁରୀ ଭଲ ଭାବେ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ଶ୍ରେୟା । କୋଭିଡ଼ କଟକଣା ଭିତରେ ଅନଲାଇନ ପାଠପଢ଼ା ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କେଉଁଠି ନା କେଉଁଠି ବ୍ୟସ୍ତ କରିଥିଲା ଶ୍ରେୟାଙ୍କୁ। କିନ୍ତୁ ନିଜର ପରିଶ୍ରମ ଛାଡ଼ି ନଥିଲେ ସେ। ଯାହାର ଫଳ ଆଜି ସେ ପାଇଥିବା କହିଛନ୍ତି। ଝିଅର ରେଜଲ୍ଟ ଦେଖି ଭାବବିହ୍ଵଳ ହୋଇଥିଲେ ଶ୍ରେୟାଙ୍କ ମାତା-ପିତା। ଝିଅ ତାଙ୍କର ଆଜି ପରିଶ୍ରମର ଫଳ ପାଇଛି ବୋଲି କହିଛନ୍ତି ପରିବାର ଲୋକ। ଦଶମ ବୋର୍ଡ଼ ଆରମ୍ଭ ମାତ୍ର, ଆଗକୁ ଏଭଳି ସେ ତା ର ପରିଶ୍ରମର ଫଳ ପାଉ ବୋଲି କହିଛନ୍ତି ବାପା-ମା। ସେପଟେ ଶ୍ରେୟାଙ୍କୁ ନେଇ ସ୍କୁଲରେ ଖୁସିର ଲହର ଦେଖିବାକୁ ମିଳୁଛି। ଏଯାବତ କେବେ କେହି ୧୦୦% ନମ୍ବର ରଖିନଥିବା କହିଛନ୍ତି ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ। ନିଶ୍ଚିତ ଭାବେ ଶ୍ରେୟା ସ୍କୁଲ ପାଇଁ ଗର୍ବ ଆଣିଛି ବୋଲି ସେ କହିଛନ୍ତି।