କଟକ ରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ |

125

କଟକ (ଉତ୍କଳ ନ୍ୟୁଜ) ୨୩-୦୬-୨୦୨୨ : କଟକ ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଭୁବନେଶ୍ୱର ଅନୁମତି କ୍ରମେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ରେ ବିଭିନ୍ନ ଭ୍ରାମ୍ୟ ମାଣ ଦଳ ଅଙ୍ଗନବାଡି ଓ ସ୍କୁଲ ପରିଦର୍ଶନ କରି ହୃଦରୋଗ ରେ ପୀଡିତ ୯ ଜଣ ଶିଶୁ ଙ୍କୁ ଚିହ୍ନଟ କରିଥିଲେ | ଏହି ରୋଗ ର ଅସ୍ତ୍ରୋପଚାର ମାଗଣା ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଭୁବନେଶ୍ୱର ଅନୁମତି କ୍ରମେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ଆୟୁଷ ଡାକ୍ତର ନଟବର ଚାନ୍ଦ ଙ୍କ ନେତୃତ୍ୱ ରେ ଆଜି ସକାଳୁ ଟ୍ରେନ ଯୋଗେ ମିଶନ ହସ୍ପିଟାଲ ଦୁର୍ଗାପୁର , ପଶ୍ଚିମବଙ୍ଗ ଗସ୍ଥ କରିଛନ୍ତି | ଯିବା ପୂର୍ବ ରୁ ସମସ୍ତ ଶିଶୁ ମାନଙ୍କ ରର ଅଭିଭାବକ ଙ୍କୁ ନେଇ ଏକ ପରାମର୍ଶ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅନନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଡି .ପି.ଏମ , ଆର. ବି. ଏସ.କେ ମ୍ୟାନେଜର ଯୋଗଦେଇ ଉପଯୋଗୀ ତଥ୍ୟ ଉପସ୍ଥାପନ କରିଥିଲେ | ଏହି ଅସ୍ତ୍ରୋପଚାର ସେଠାରେ ସମ୍ପୂର୍ଣ୍ଣ ମାଗଣା ରେ କରାଯିବ ସହିତ ରୋଗୀ ଏବଂ ସେମାନଙ୍କ ଅଭିଭାବକ ଙ୍କ ଗମନାଗମନ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ | ସୂଚନାଯୋଗ୍ୟ , ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ଜନ୍ମ ରୁ ୧୮ ବର୍ଷ ବୟସ ର ପିଲାମାନଙ୍କ ଜନ୍ମଗତ ତ୍ରୁଟି , ପୋଷୋକ ତତ୍ତ୍ୱ ଅଭାବ , ବାଲ୍ୟାବସ୍ଥା ରୋଗ ଓ ବିଳମ୍ବିତ ଅଭିବୃଦ୍ଧି ତଥା ଭିନ୍ନ କ୍ଷମତା ରୋଗ ରେ ଚିକିତ୍ସା ବିନା ମୂଲ୍ୟ ରେ କରାଯିବା ଲାଗି ବ୍ୟବସ୍ଥା ରହିଛି |