ମାଓବାଦୀ ଆକ୍ରମଣ ରେ ୩ ଯବାନ ସହିଦ |

81

କଟକ (ଉତ୍କଳ ନ୍ୟୁଜ) ମାଓବାଦୀ ଆକ୍ରମଣ ରେ ୩ ସିଆରପିଏଫ ଯବନ ସହିଦ | ନୂଆପଡା ର ବୋଡନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲ ରେ ସିଆରପିଏଫ ଯବାନ ଓ ମାଓବାଦୀ ଙ୍କ ମଧ୍ୟ ରେ ଗୁଳିବିନିମୟ ରେ ଏହି ୩ ଯବାନ ସହିଦ ହୋଇଛନ୍ତି | ସୂଚନା ଅନୁଯାୟୀ, ;ନୂଆପଡା ର ସଂରକ୍ଷିତ ଜଙ୍ଗଲ ରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ ଯବାନ ମାନେ ଏକ ବିଶ୍ୱସ୍ତ ସୂତ୍ର ରୁ ସୂଚନା ପାଇଥିଲେ | ଏହି ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ | ଏହି ସମୟରେ ଜଙ୍ଗଲ ମଧ୍ୟ ରେ ଲୁଚିଥିବା ମାଓବାଦୀ ମାନେ ଯବନ ମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି ବର୍ଷଣ କରିଥିଲେ | ସିଆରପିଏଫ ଯବାନ ମନ ମଧ୍ୟ ପାଲଟା ଜବାବ ଦେଇଥିଲେ | ତେବେ ମାଓବାଦୀ ଙ୍କ ଗୁଳି ରେ ଘଟଣା ସ୍ଥଳ ରେ ୩ ଜଣ ଯବାନ ସହିଦ ହୋଇଥିଲେ | ଅନ୍ୟପକ୍ଷରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ ଯବାନ ଙ୍କ ପରିବାର କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତ ଘୋଷଣା କରିଛନ୍ତି | ପ୍ରତି ସହିଦ ଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ | ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି |