ମୌସୁମୀ ବର୍ଷା ରେ ଭିଜିଲା ସାରା ଓଡିଶା |

87

କଟକ (ଉତ୍କଳ ନ୍ୟୁଜ) ୬୧-୦୬-୨୦୨୨: ରାଜ୍ୟ ରେ ମୌସୁମୀ ବର୍ଷା ର ଆଗମନ ହୋଇଗଲାଣି | ରାଜ୍ୟ ର ପ୍ରାୟ ସମସ୍ତ ଜିଲ୍ଲା ରେ ମୌସୁମୀ ବର୍ଷା ର ପ୍ରଭାବ ଦେଖିବାକୁ ମିଳିଛି | ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ପ୍ରାକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏହା ପ୍ରଭାବ ରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁନ ୧୬ ତାରିଖ ରେ ମୌସୁମୀ ଓଡିଶା ରେ ପ୍ରବେଶ କରିଥିଲା | ଏହାର ପ୍ରଭାବ ରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟ ର କେତେକ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି | ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା | ଅନ୍ୟପଟେ ସମ୍ଭାବ୍ୟ ବର୍ଷା କୁ ନଜର ରଖି ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେବା ସହ ସମସ୍ତ ପ୍ରକାର ର ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର |