କେରଳ ଛୁଇଁଲା ପ୍ରଥମ ପ୍ରାକ ମୌସୁମୀ ବର୍ଷା |

117

କଟକ (ଉତ୍କଳ ନ୍ୟୁଜ) ୧୬-୦୫-୨୦୨୨: ଚଳିତ ବର୍ଷ ର ପ୍ରଥମ ପ୍ରାକ ମୌସୁମୀ ବର୍ଷା କେରଳ ର କେତେକ ଜିଲ୍ଲା ରେ ଆରମ୍ଭ ହୋଇଯାଇଛି | ଉତ୍ତର ଭାରତ ରେ ଅସହ୍ୟ ଗରମ ଦେଖିବାକୁ ମିଳୁଛି | ତେବେ କେରଳ ରୁ ଭଲ ସଂକେତ ଆସୁଛି | ଏଠାରେ ପ୍ରାକ ମୌସୁମୀ ବର୍ଷ ଆରମ୍ଭ ହୋଇଯାଇଛି | ପାଣି ପାଗ ବିଭାଗ କେରଳ ର କେତେକ ଜିଲ୍ଲା ରେ ଭୀଷଣ ରୀ ଅତି ଭୀଷଣ ବର୍ଷ ଲାହି ସତର୍କତା ଜାରି କରିଛନ୍ତି | ଚଳିତବର୍ଷ ଶୀଘ୍ର ମୌସୁମୀ ଆସିବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା | କେରଳ କୁ ଦକ୍ଷିଣ -ପଶ୍ଚିମ ମୌସୁମୀ ସାଧାରଣତଃ ଜୁନ ୧ ବେଳକୁ ଆଗମନ ହୋଇଥଏ | ତେବେ ଚଳିତବର୍ଷ ନିୟମିତ ସମୟରେ ୪ ଦିନ ପୂର୍ବରୁ ଅର୍ଥାତ ମେ ୨୭ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁଛି |