ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ସୂଚନା , କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ |

166

କଟକ (ଉତ୍କଳ ନ୍ୟୁଜ) ୫-୦୫-୨୦୨୨ : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଆକ୍ସନ ମୋଡ଼ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ସମ୍ଭାବ୍ୟ ବାତ୍ୟା ର ମୁକାବିଲା କୁ ନେଇ ମନ୍ତ୍ରୀ ଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଛି । ଉକ୍ତ ବୈଠକ ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବିଶେଷ କରି ଏହି ସମୟରେ କଳାବଜାରୀ ରୋକିବା ପାଇଁ ଆମେ ପଦକ୍ଷେପ ନେଉଛୁ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ବିଭିନ୍ନ ସାମଗ୍ରୀ ହୋଡ଼ିଂ କରି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଙ୍କ କହିବା କଥା ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣ ରେ ଆମ ପାଖରେ ମହଜୁଦ ରହିଛି । ଆବଶ୍ୟକ ପଡ଼ିଲେ ଦିଆଯିବ, ଭୟଭୀତ ହୁଅନ୍ତୁ ନାହିଁ । ଏସଆରସିଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ ମଧ୍ୟ ହୋଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଏସ୍ଆରସି । ସମ୍ଭାବ୍ୟ ବାତ୍ୟା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ଫୋକସରେ ରହିଛି ଜିଲ୍ଲାସ୍ତରରେ ପ୍ରସ୍ତୁତି । ଗତକାଲି ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍ଆରସି । ପ୍ରାଥମିକତା ଭିତିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଏଠାରେ ଫୋନ୍ ଫାକ୍ସ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଥିବା ଜରୁରୀ । ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରାଥମିକତା ଭିତିରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।