ପରିବର୍ତ୍ତନ ହୋଇପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ |

362

କଟକ (ଉତ୍କଳ ନ୍ୟୁଜ) ୩୦-୦୩-୨୦୨୨ : ରାଜ୍ୟ ରେ ଆଗକୁ ହେବାକୁଥିବା ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ | ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ରେ କମ ଦିନ ର ବ୍ୟବଧାନ ରହିଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଥିଲା | ପରୀକ୍ଷା ସୂଚୀ ରେ ସାମାନ୍ୟ ପରିବର୍ତ୍ତନ ପାଇଁ ସିଏଚଏସଇ କୁ ନିର୍ଦେଶ ଦେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ | ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଚଳିତବର୍ଷ ଅଫଲାଇନ ମାଧ୍ୟମ ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ , ପରୀକ୍ଷା କୁ ସୁଚାରୁ ରୂପେ ସମ୍ପାଦକ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି | ଅଠର ୧ ହଜାର ୫୮୬ କଲେଜ ର ଛାତ୍ରଛାତ୍ରୀ ୧ ହଜାର ୧୪୮ ଟି ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବା ସମ୍ପୂର୍ଣ୍ଣ ପରୀକ୍ଷା ସିସି ଟିଭି ମାଧ୍ୟମ ରେ ପରିଚାଳନା କରାଯିବ | କିନ୍ତୁ ଅନ୍ୟ ବିଷୟ ଅପେକ୍ଷା ବିଜ୍ଞାନ ପରୀକ୍ଷା ରେ ଦିନ କମ ବ୍ୟବଧାନ ରହୁଥିବାରୁ ଯାହାକୁ ନେଇ ତାରିଖ ରେ କିଛି ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀ ମାନେ ଅନୁରୋଧ କରିଥିଲେ | ତେଣୁ ସିଏଚଏସଇ କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ |