ବରୁଣେଇରେ ମଣ୍ଟୁ ସେନା ପକ୍ଷରୁ ରକ୍ତଦାନ ଶିବିର, ବ୍ଲକ ଅଧ୍ଯକ୍ଷା ଓ ସରପଞ୍ଚ କଲେ ରକ୍ତଦାନ।

469

କଟକ (ଉତ୍କଳ ନ୍ୟୁଜ) ୩୦-୦୩-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଅଚକ ଓ ପାଳିଆବିନ୍ଧା ପଞ୍ଚାୟତର ମଧ୍ଯସ୍ଥଳି ବରୁଣେଇ ଠାରେ ମଣ୍ଟୁସେନା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ତିହିଡି ବ୍ଲକ ଅଧ୍ଯକ୍ଷା ଅବନ୍ତି ଦାସ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରି ଯୁବଗୋଷ୍ଠିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଅଚକ ପଞ୍ଚାୟତର ମହିଳା ସରପଞ୍ଚ ପ୍ରେମଲତା ବିଶ୍ବାଳ ଅତିଥି ଭାବେ ଯୋଗଦାନ କରିବା ସହ ସର୍ବ ପ୍ରଥମେ ରକ୍ତଦାନ କରିଥିଲେ। ସମ୍ମାନୀତ ଅତିଥିଭାବେ ବିଡିଓ ବସନ୍ତ କୁମାର ସାହାଣି, ପାଳିଆବିନ୍ଧା ସରପଞ୍ଚ ଯଶୋଦା ମଲ୍ଳିକ, ସମିତି ସଭ୍ଯ ଜୀବନଜ୍ୟୋତି ପଲେଇ, ସମାଜସେବୀ ଗଣେଶ ପ୍ରସାଦ ବିଶ୍ବାଳ ଓ ପ୍ରଶାନ୍ତ ସାହାଣି ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସଞ୍ଜୟ ମଲ୍ଲିକଙ୍କ ଉଦ୍ୟମରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ ବୀରକିଶୋର ମହାପାତ୍ର, ସନାତନ ମଲ୍ଲିକ, ମମତା ମଲ୍ଲିିକ ପ୍ରମୁଖ ୫୮ ଜଣ ରକ୍ତଦାନ କରିଥିଲେ। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |