ସରକାରୀ କର୍ମଚାରୀ ଙ୍କୁ ମିଳିବ ସପ୍ତମ ବେତନ କମିଶନ ର ୨୦% ବକେୟା ରାଶି |

329

କଟକ (ଉତ୍କଳ ନ୍ୟୁଜ) ୨୯-୦୩-୨୦୨୨ : ସରକାରୀ କର୍ମଚାରୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା | ସପ୍ତମ ବେଟେନ କମିଶନ ର ଶେଷ ୨୦ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ବ୍ଲ୍ୟ ରାଶି ପାଇପାରିବେ | ଫଳ ରେ ୪ ଲକ୍ଷ କର୍ମଚାରୀ ଉପକୃତ ହେବ | ଏଥିପାଇଁ ସରକାର ଙ୍କ ପକ୍ଷରୁ ୮୫୦ କୋଟି ତାଙ୍କ ବ୍ୟୟ କରାଯାଇଛି | ଏ ସଂକ୍ରାନ୍ତ ରେ ସରକାରୀ ଘୋଷଣା ନାମ ପରକାଶ କରାଯାଇଛି | କର୍ମଚାରୀ ମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ | ସୂଚନା ଅନୁଯାୟୀ, ରାଜ୍ୟ ସରକାର ସପ୍ତମମ ବେତନ କମିଶନ ର ଙ୍କ ସୁପାରିଶ କୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ | ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ | ତେବେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶ କୁ ଗ୍ରହଣ କରି ଏହା କୁ ୨୦୧୬ଜଣଉଆରି ମା ଠାରୁ ଲାଗୁ କରିଥିଲେ| କର୍ମଚାରୀମାନେ ସପ୍ତମ କମିଶନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ ରୁ ଅଗଷ୍ଟ ୨୦୧୭ ଅଧ୍ୟା ରେ ୨୦ ମାସ ର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତି ରେ ଦେବାକୁ ନିଷ୍ପତ୍ତି ହୋଇଥିଲା | ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ ରେ ୪୦ ପ୍ରତିଶତ , ୨୦୧୯-୨୦ ରେ ୧୦ ପ୍ରତିଶତ ଓ ୨୦୧୧ -୨୨ ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲେ |