କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଦେଶବ୍ୟାପି ବନ୍ଦ ପାଳନ।

166

କଟକ (ଉତ୍କଳ ନ୍ୟୁଜ) ୨୮-୦୩-୨୦୨୨: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଦେଶବ୍ୟାପି ବନ୍ଦ ପାଳନ ହୋଇ ଯାଇଛି। ଶ୍ରମ ଆଇନ ସଂଶୋଧନ କରିବା, ସର୍ବନିମ୍ନ ମଜୁରୀ ମାସିକ ଛବିଶ ହଜାର ପ୍ରଦାନ କରିବା, ପେନସନ୍ ଓ ବୋନସ୍ ଉପରୁ ସିଲିଙ୍ଗି ବନ୍ଦ କରିବା,ସର୍ବନିମ୍ନ ପେନସନ୍ ପ୍ରଦାନ କରିବା, ଘରୋଇ କରଣକୁ ବନ୍ଦ କରିବା, ଅଙ୍ଗନବାଡି କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିବା, ସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ପ୍ରତ୍ୟାହାର କରିବା, ଦେଶରେ ଥିବା ବୃହତ ବନ୍ଦରଗୁଡିକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ମେଜର ପୋର୍ଟ ଅଥରିଟି ବିଲ୍‌କୁ ବିରୋଧ କରିବା ଆଦି ୧୨ଦଫା ଦାବୀ କରା ଯାଇଛି।

ଭଦ୍ରକ ରେଲୱେ ଷ୍ଟେସନର ବନ୍ଦ ପାଳନ ସହିତ ଜାତୀୟ ରାଜପଥ ବନ୍ଦ କରା ଯାଇଛି। ସେହିପରି ତିହିଡି, ଦୋଳସାହି, ପୀରହାଟ ସମେତ ଚାନ୍ଦବାଲିରେ ଏହି ବନ୍ଦ ପାଳନ ସଫଳ ହୋଇଛି। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |