ଆଗାମୀ ଏପ୍ରିଲ ୨୬ ତାରିଖ ରୁ ସିବିଏସଇ ଟର୍ମ -୨ ପରୀକ୍ଷା ଆରମ୍ଭ |

168

କଟକ (ଉତ୍କଳ ନ୍ୟୁଜ) ୧୦-୦୨-୨୦୨୨: ଆଗାମୀ ଏପ୍ରିଲ ୨୬ ତାରିଖ ରୁ ସିବିଏସଇ ଟର୍ମ -୨ ପରୀକ୍ଷା ଆରମ୍ଭ ହେବ | ଅଫଲାଇନ ରେ ମୋଡ଼ ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ | ତେବେ ପରୀକ୍ଷା ର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଜାରି କରାଯିବ | ସିବିଏସଇ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ପରୀକ୍ଷା ର ତାରିଖ ସମ୍ବଦ୍ଧ ରେ ସୂଚନା ଦେଇଛି | ସିବିଏସଇ ଏକ ବିବୃତ୍ତି ରେ କହିଛି ଯେ ଟର୍ମ ୨ ପରୀକ୍ଷା ଏପ୍ରିଲ ୨୬ ତାରିଖ ରୁ ହେବ | ଦଶମ ଓ ଦ୍ୱାଦଶ ପରୀକ୍ଷା ର ଡେଟ ସିଟ ଶୀଘ୍ର ଅଫସିଆଲ ୱେବ ସାଇଟ cbse.nic.in. ରେ ଜାରି ହେବ | କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଦୁଇଟିଯାକ ପରୀକ୍ଷା କୁ ଅଫଲାଇନ ମୋଡ଼ ରେ କରିବାକୁ ନିଷ୍ପତ୍ତି ନଇଁଯାଇଛି ବୋଲି ସିବିଏସଇ ପରୀକ୍ଷା କଣ୍ଟ୍ରୋଲର ସ୍ୱୟଂ ଭରଦ୍ୱାଜ କହିଛନ୍ତି | କେନ୍ଦ୍ରୀୟ ଶିକ୍ଷା ବୋର୍ଡ ପ୍ରଥମଥର ଦଶମ ଓ ଦ୍ୱାଦଶ ର ଫାଇନାଲ ପରୀକ୍ଷା ଦୁଇଟି ପର୍ଯ୍ୟାୟ ରେ ଆୟୋଜନ କରୁଛି |