ମା ମଙ୍ଗଳା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ |

135

କଟକ(ଉତ୍କଳ ନିଉଜ )୨୬/୦୧/୨୦୨୨ : ଆଜି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମା ମଙ୍ଗଳା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିରାଡାମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ସଂଗଠନର ପ୍ରତିଷ୍ଠାତା ହରିହର ଓଝା ଙ୍କ ଅଧ୍ୟକ୍ଷତାରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଆଜିର ଦିବସର ମହତ୍ତ୍ଵ ସମ୍ପର୍କରେ ଯୁବବର୍ଗ ତଥା କୁନିକୁନି ପିଲା ମାନଙ୍କୁ ଅବଗତ କରାଯାଇଥିଲା । ଆଗାମୀ ଦିନରେ ଗରିବ ଅସହାୟ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ତଥା ଜାତୀୟ ସ୍ବାର୍ଥ କୁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ପାଇଁ ତ୍ରିରଙ୍ଗା ପତାକା ତଳେ ସମବେତ ଭାବେ ଶପଥ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନେକ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିଛନ୍ତି । କେଉଁଝର ରୁ ସେସଦେବ ଓଝା ଙ୍କ ରିପୋର୍ଟ ଉତ୍କଳ ନିଉଜ |