ହଠାତ କମିଲା ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୨,୫୫ ,୮୭୪ ପଜିଟିଭ

120

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଦୀର୍ଘ ୮ ଦିନ ହେଲା ୩ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ହଠାତ ହ୍ରାସ ପାଇଛି |ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୮୭୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି |ଗତକାଲି ତୁଳନାରେ ଏହାର ୫୦,୧୯୦କମ |ସେହି ପଜିଟିଭଟି ରେଟ ମଧ୍ୟ ହ୍ରାସ ପାଇଛି |ଷୋମବାର ଟିପିଆର ୨୦%ଉପରେ ଥିବାବେଳେ ଆଜି ଏହା ୧୫୧୫.୫୨%କୁ ଖସି ଆସିଛି |ଦୈନିକ ସଂକ୍ରମଣ ଓ ପଜିଟିଭଟି ରେଟହ୍ରାସ ପାଉଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାଇ,ସୋମବାର ତୁଳନାରେ ମଙ୍ଗଳବାର ୧୬.୩୯% କାମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ସେହିପରି ଟିପିଆର ୨୦.୭୫%ରୁ ହ୍ରାସ ପାଇ ୧୫.୫୨%ରେ ପହଁଚିଛି |ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩.୯୮ କୋଟି ଛୁଇଁଛି | କରୋନା ଦ୍ୱାରା ପ୍ରଭାବିତ ଦେଶ ଗୁଡିକ ମଧ୍ୟରେ ଭାରତ ଦୁତୀୟରେ ରହିଛି | ୧ନମ୍ବର ସ୍ଥାନରେ ପ୍ରଥମ ଭଳି ଆମେରିକା ହିଁ ରହିଛି | ଅନ୍ୟପକ୍ଷରେ ୨୪ଘଣ୍ଟା ଭିତରେ କରୋନା ୬୧୪ଜଣଙ୍କ ଜୀବନ ନେଇଛି |ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୯୦,୪୬୨କୁ ବୃଦ୍ଧିପାଇଛି |ଦିନକରେ ୨,୬୭,୭୫୩ ଜଣ କରୋନାକୁ ମାତଦେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୭୦,୭୧,୮୯୮ରେ ପହଁଚିଛି |ସୋମବାର ତୁଳନାରେ ମଙ୍ଗଳ ବାରର ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି | ଏବେ ଦେଶରେ ୨୨,୩୬,୮୪୨ ସକ୍ରିୟ ରୋଗୀ ରହିଛନ୍ତି |ଗତ କଲି ତୁଳନାରେ ଆକ୍ଟିଭ କେସ ସଂଖ୍ୟା ୧୨,୪୯୩ ହ୍ରାସ ପାଇଛି |