ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

219

କଟକ(ଉତ୍କଳ ନିଉଜ୍)ତିହିଡି, ୨୩.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମଙ୍ଗଳପୁର ପଞ୍ଚାୟତର ବିଜେଡି ସମର୍ଥିତ ପ୍ରାର୍ଥିନୀ ଭାବେ ଶୁଭଦ୍ରା ଶତପଥି ବିଜେଡି ସମର୍ଥିତ ପ୍ରାର୍ଥିନୀଭାବେ ଶୁଭଦ୍ରା ଶତପଥି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପାଞ୍ଜଳୀ ଲେଙ୍କା, ବରିଷ୍ଠ ନେତା ହରିହର ସେନାପତି, ହରିହର ଲେଙ୍କା, ଜୟୀରାମ ସେଠୀ, କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, ଲକ୍ଷ୍ମୀଧର ପାଣି, ପ୍ରହ୍ଲାଦ ବଳ, ସୁରେନ୍ଦ୍ର ନାୟକ, ମହେଶ୍ୱର ବାରିକ, ସେକ୍ ଅବଦୁଲ କାଲାମ ଆଜାଦ୍ ଖାଁ, ସେକ୍ ଅବଦୁଲ ସମିମ, ସେକ୍ ଅବଦୁଲ କୁଦୁଶ, ହରିହର ମଳିକ, ପ୍ରଶାନ୍ତ ନାୟକ, ନିରଞ୍ଜନ ମଳିକ, ଦେବାଶିଶ ମହାଳିକ, ଚଗୁଲୁ ମହାଳିକ ଓ ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ବୋଡକ଼ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଜୟପ୍ରକାଶ ମଲିକ, ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବ୍ଲକ ଅଧକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ ଶଶଧର ସାମଲ, ଶଙ୍କର୍ଷଣ ଦାସ, ବିଷ୍ଣୁ ପଲେଇ, ଦାମୋଦର ପଣ୍ଡା, ହୃଷିକେଶ ଓଝା ଓ ଉପସ୍ଥିତ ଥିଲେ । କାଁପଡ଼ା ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ ଭାବେ ଅବନ୍ତୀ ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜିଲା ପରିଷଦ ସଭ୍ୟ କମଳାକାନ୍ତ ଦାସ, ରଣଜିତ୍ ଦାସ, ଶରତ ଦାସ, ଅନାଦି ମଳିକ, ପ୍ରଫୁଲ ଦାସ ଉପସ୍ଥିତ ଥିଲେ । ମୁକୁନ୍ଦପୁର ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ରେବତୀ ମହାଳିକ, ଉମାକାନ୍ତ ଦାସ, ପବିତ୍ର ମହାଳିକ, କୈଳାସ ବେହେରା, ପ୍ରଦୋଷ ସ୍ୱାଇଁ, ରତିକାନ୍ତ ଦାସ, ସଂଜୟ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ତଳଗୋପବିନ୍ଧା ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀଭାବେ ଦୀପାଞ୍ଜଳି ନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥି ସଂଜିବ ବେହେରା ଜୀବନ କୁମାର ନାୟକ, ତପନ କୁମାର ଜେନା, ଚକ୍ରଧର ନାୟକ, ମାନସ ଖଟୁଆ, ପ୍ରକାଶ ସାମଲ, ବିଜୟ ଜେନା, ଶ୍ରୀକାନ୍ତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ବାରସର ପଞ୍ଚାୟତରେ ସମିତିସଭ୍ୟା ପ୍ରାର୍ଥୀ ଭାବେ ମମତା ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ଚକ୍ରଧର ଦାସ, ରାଜାରାମ ମହାକୁଡ଼, ରଂଗା ଗୋଥ, ଭରତ ମାଝୀ, ମନୋରଂଜନ ବଳ, ଧୁମାଳି ଦାସ, ଦୋଳଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଦୌଲତପୁର ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନନ୍ଦିନୀ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନରେନ୍ଦ୍ର ମିଶ୍ର, ସୀତାରାମ ବାରିକ, ହିମାଦ୍ରି ମିଶ୍ର, ସୁରେନ୍ଦ୍ର ବଳ, ଅଜୟ ରାଉତ, ସୁରେଶ ବିଶ୍ୱାଳ ଓ ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।