ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଳନ ଉପରେ ଲାଗିଲା କଟକଣା |

125

କଟକ (ଉତ୍କଳ ନ୍ୟୁଜ) ୧୨-୦୧-୨୦୨୨: ରାଜ୍ୟ ରେ ପୁଣି ବଢ଼ିଲାଣି କରୋନା ସଂକ୍ରମିତ ଙ୍କ ସଂଖ୍ୟା ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ ଲାଗି କରୋନା କଟକଣା ଜାରି କରିଛନ୍ତି | କାରଣ ଏହି ଅବସରରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ପାଇଁ ସମୁଦ୍ର ତଟ, ନଦୀ , ପୋଖରୀ ଆଦି ସ୍ଥାନ ରେ ଭିଡ଼ ଜମାଇଥାନ୍ତି | ସେଥିପାଇଁ ଅଠର ଏସବୁକୁ କଡାକଡି ଭାବେ ବନ୍ଦ କରାଯାଇଛି | ସ୍ୱତନ୍ତ୍ର ରିଲିଫ କମିଶନର ଏହି ସମ୍ବଦ୍ଧ ରେ ନିର୍ଦେଶନାମା ଜାରି କରିଛନ୍ତି | ସମସ୍ତ ଙ୍କୁ ଘରେ ରହି ମକର ସଂକ୍ରାନ୍ତି ପର୍ବ ପାଳନ କରିବାକୁ ଜନସାଧାରଣ ଙ୍କୁ ଅନୁର୍ଦ୍ଧ କରାଯାଇଛି | ଏହି ନିୟମ ଗୁଡିକୁ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ଆର ସି ଙ୍କ ପକ୍ଷରୁ କୁହାଯାଇଛି |