ସିନ୍ଦୋଳ ଓ କୋହ୍ଲ ପଞ୍ଚାୟତର ମହିଳା ମହାସଂଘ ପକ୍ଷରୁ ଧାନ ମଣ୍ଡି ଉଦ୍‌ଘାଟିତ।

169

କଟକ(ଉତ୍କଳ ନିଉଜ୍)ତିହିଡି, ୧୦.୦୧: ସରକାରୀ ଦରରେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିବା ଲାଗି ରାଜ୍ୟ ସରକାର ସେବା ସମବାୟ ସମିତିକୁ ମାଧ୍ୟମ କରିଥିଲା ମାତ୍ର ବିଗତ ୨ ବର୍ଷ ହେଲା ମହିଳା ମହାସଂଘ ଓ ମହିଳା ସ୍ୱୟଂ ସହାୟଗ ଗୋଷ୍ଠି ଜରିଆରେ ଧାନ କ୍ରୟ କରୁଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ମହିଳା ମହାସଂଘ ଓ ଗୋଷ୍ଠି ଗୁଡିକ ସୂଚାରୁରୂପେ ଧାନ କ୍ରୟ କରିବା ପରେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହି ବ୍ଲକର ମୋଟ୍ ୯ଟି ମହିଳା ମହାଂସଘ ଓ ଗୋଷ୍ଠି ଏବର୍ଷ ଧାନ କ୍ରୟ ଲାଗି ଅନୁମତି ମିଳିଥିବା ଜଣାଯାଇଛି । ସୋମବାର ପୂର୍ବାହ୍ନରେ ଏହି ବ୍ଲକ ଅଧିନ କୋହ୍ଲ ପଞ୍ଚାୟତ ନବଗ୍ରହ ମହିଳା ମହାସଂଘ ଓ ସିନ୍ଦୋଳ ପଞ୍ଚାୟତ ଲକ୍ଷ୍ମୀନାରାୟଣ ମହିଳା ମହାସଂଘ ପକ୍ଷରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଲାଗି ମଣ୍ଡି ଉଦ୍‌ଘାଟିତ ହୋଇ ଯାଇଛି । ସିନ୍ଦୋଳ ଲକ୍ଷ୍ମୀ ନାରାୟଣ ମହାସଂଘର ଧାନ ମଣ୍ଡିକୁ ସରପଞ୍ଚ ବୈକୁଣ୍ଠ ନାଥ ପାଣିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ବିଏଲସି ସ୍ନିଗ୍ଧା ନାୟକ, ଏମଆଇ ଦେବକୀ ସିଂ ନାଏକ, ସଭାନେତ୍ରୀ ସୁକାନ୍ତୀ ସାହୁ, ସମ୍ପାଦିକା କବିତା ସାହୁ, ଏବିକେ ସନ୍ଧ୍ୟାରାଣୀ ବାରିକ, ଡିଓ ସନ୍ଧ୍ୟାରାଣୀ ନାୟକ, ଚାଷୀ ସରୋଜ କୁମାର ନାୟକ, ନାରାୟଣ ପୃଷ୍ଟି, ରତ୍ନାକର ପାଣି, ଅନିରୁଦ୍ଧ ବାରିକ, ପରମାନନ୍ଦ ନାୟକ, ଚନ୍ଦ୍ରକାନ୍ତ ପାଣି, ନକୁଳ ବାରିକ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ତେବେ ଏହି ମହିଳା ମହାସଂଘ ଅଧିନରେ ୪୩୭ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଧାନ କିଣିବା ପାଇଁ ସରକାର ଏଯାଏଁ କୌଣସି ଟାର୍ଗେଟ ଦେଇନଥିବାରୁ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଟାର୍ଗେଟ ଦିଆଯିବା ସହ ମିଲ୍ ଟାଗ୍ କରାଯାଇ ଧାନ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି । ସେହିପରି କୋହ୍ଲ ପଞ୍ଚାୟତର ନବଗ୍ରହ ମହିଳା ମହାସଂଘର ମୁଖ୍ୟ ଅତିଥି ଭାବେ ଭାବେ ଯୋଗଦେଇ ମଣ୍ଡି ଉଦ୍‌ଘାଟନ କରିଥିଲେ ସରପଞ୍ଚ ତିଳୋତ୍ତମା ବେହେରା । ବିଏଲସି ସ୍ନିଗ୍ଧା ନାୟକ, ମହାସଂଘର ସଭାନେତ୍ରୀ ସ୍ୱର୍ଣ୍ଣଲତା ସାହୁ, ସମ୍ପାଦିକା ଦ୍ରୌପଦୀ ଜେନା, ଏମବିକା ଅନିମା ସାମଲ, ଡିଓ ଷ୍ଟେପିପିୟା ବଳ, ଆରଏମସି କର୍ମଚାରୀ ଭକ୍ତହରି ମହାଳିକ, ଚାଷୀ ବିପ୍ଳବ ନାୟକ, ସୁବାସ ଚନ୍ଦ୍ର ଦାସ, ମାନସ ରଂଜନ ନାୟକ, ପଞ୍ଚାନନ ବଳ, ମାଧବାନନ୍ଦ ମହାଳିକ, ଦୀପକ ଦାସ, ସିଆରପି ତିଳୋତ୍ତମା ଜେନା, ସରୋଜିନୀ ବାରିକ, ସରସ୍ୱତୀ ନାୟକ, କୃଷିମିତ୍ର ବିଳାସିନୀ ଗ୍ରହାଚାର୍ଯ୍ୟ, ରାଜୀବ ଜେନା, ସତ୍ୟପ୍ରକାଶ ପରିଡ଼ା, ମାନସୀ ବାରିକ, ଆଦିତ୍ୟ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।