ଘଣ୍ଟେଶ୍ୱରରେ ଭୁଷୁଡିଲା ବିଜେଡି ଦୁର୍ଗ, ବିଜେପିରେ ସାମିଲ ହେଲେ ଶତାଧିକ ଟାଣୁଆ କର୍ମୀ।

427

କଟକ(ଉତ୍କଳ ନିଉଜ)ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ଘଣ୍ଟେଶ୍ୱରରେ ଭୁଷୁଡିଲା ବିଜେଡି ଦୁର୍ଗ। ବିଜେଡି ନେତୃତ୍ବ ଉପରେ ଭରଷା ତୁଟାଇ ଖଦାଳପୋଖରୀ ପଞାୟତର ବିଜେଡି ସଭାପତି ରିତେଶ କୁମାର ସ୍ବାଇଁଙ୍କ ସମେତ ବିପିନ ନାୟକ, କାଳନ୍ଦି ମଲିକ, ଶାନ୍ତିସୁବ୍ରତ ସାମିଲ, ଲିଲୁ ବାରିକ ଓ ବନ୍ଧୁ ନାୟକ ପ୍ରମୁଖ ଶହେରୁ କର୍ମୀ ଖଦାଳପୋଖରୀ ଗାଁରେ ଅନୁଷ୍ଠିତ ବିଜେପିର ଏକ ମହାମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି। ଘଣ୍ଟେଶ୍ୱର ଅଞ୍ଚଳର ବିଜେଡିର ଜଣେ ନିର୍ଦ୍ଦିଷ୍ଟ ଜନପ୍ରତିନିଧିଙ୍କ ମନୋମୁଖି କାର୍ଯ୍ୟକ୍ରମ ତଥା ବ୍ୟକ୍ତିଗତ ସାର୍ଥ ସାଧନ ପାଇଁ ତଳିଆ ନେତା ଓ କର୍ମୀମାନଙ୍କ ମଧ୍ଯରେ ଅସନ୍ତୋଷ ଶେଷରେ ଦଳ ଛାଡିଥିବା ତଥା ବିଜେପି ନେତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଥିବା କୁହାଯାଇଛି। ବିଜେପିର ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାରଙ୍କ ପୁରୋହିତ୍ୟରେ ଅନୁଷ୍ଠିତ ବିଜେପିର ମହାମିଶ୍ରଣ ପର୍ବରେ ମୁଖ୍ଯ ଅତିଥିଭାବେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଘଣ୍ଟେଶ୍ୱରୀ ମଣ୍ଡଳ ସଭାପତି ମିତ୍ରଭାନୁ ଦାସ, ନାରୀନେତ୍ରୀ ସୁଶ୍ରୀ ମାଳତୀଲତା ସାହୁ, ବଜରାପୁର ପଞ୍ଚାୟତ ସରପଞ୍ଚ ନାରାୟଣ ମାଝୀ, ସଞ୍ଜୟ ଦାସ, କାହ୍ନୁଚରଣ ବେହେରା, ରମାକାନ୍ତ ରାଉଳ, ୠତୁରାଜ ଦାସ, ଭୀମସେନ ବେହେରା ପ୍ରମୁଖ ଯୋଗଦେଇ ନବାଗତ ମାନଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ। ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ଆଭିମୁଖ୍ଯକୁ ସାକାର କରିବା ସହିତ ବିଜେଡିକୁ କଡ୍ଡା ଜବାବ ଦେବା ଲାଗି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିବା ବେଶ ବାରି ହୋଇଛି। ପ୍ରାରମ୍ଭରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।