ଆବାସ ଯୋଜନାଭୁକ୍ତ ଗୃହର ମରାମତି ପାଇଁ ହିତାଧିକାରୀଙ୍କୁ ଆର୍ଥିିକ ସହାୟତା ପ୍ରସଙ୍ଗ ।

207

କଟକ(ଉତ୍କଳ ନିଉଜ)ତିହିଡି, ୦୯.୦୧: ୨୦୦୧ ମସିହା ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉବା ଅଥବା ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇଥିବା ଗୃହର ମରାମତି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ୩ ହଜାର ଟଙ୍କା ଆର୍ଥିକ ସହାୟତା । ଆବାସ ଯୋଜନାରେ ସାମିଲ ହୋଇ ଫାଇନାଲ ବିଲ୍ ପାଇଥିବା ସମସ୍ତ ହିତାଧିକାରୀଙ୍କୁ ଏପରି ସହାୟତା ହିତାଧିକାରୀଙ୍କ ଜମାଖାତାକୁ ପ୍ରଦାନ କରାଯାଇଛି । ହିତାଧିକାରୀମାନେ ଆବଶ୍ୟକ ମୁତାବକ ସେମାନେ ଗୃହର ମରାମତି କରିବେ ଏବଂ ଆଗାମି ଦିନରେ ପୂନଶ୍ଚ ଗୃହର ମରାମତି କରିବା ଲାଗି ମଧ୍ୟ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ବାର୍ତ୍ତା ବହନ କରିଥିବା ଉକ୍ତ କ୍ୟାଲେଣ୍ଡରକୁ ପ୍ରତି ହିତାଧିକାରୀଙ୍କ ଗୃହର କାନ୍ଥରେ ମାରି ବାସୁଦେବପୁର ବିଧାୟକ ବିଷ୍ଣବ୍ରତ ରାଉତରାୟ ହିତାଧିକାରୀଙ୍କ ମଙ୍ଗଳ କାମନା କରିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ସମସ୍ତ ୯ଟି ପଞ୍ଚାୟତର ଘର ଘର ବୁଲି ଏପରି ବାର୍ତ୍ତା ମୂଳକ କ୍ୟାଲେଣ୍ଡର କାନ୍ଥରେ ମାରି ନବୀନ ପଟ୍ଟନାୟକ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନଗଣଙ୍କୁ ଅବଗତ କରିଥିଲେ । ମଙ୍ଗଳପୁର ପଞ୍ଚାୟତ ଅଧିନ ସନ୍ଥପୁର ଗାଁର ୧୧ ଓ ୧୨ ନମ୍ବର ୱାର୍ଡରେ ଏହି ପୋଷ୍ଟର ମରା ଅଭିଯାନାରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ରାଜନୈତିକ ମହଲ ତଥା ସାଧାରଣ ଜନତାଙ୍କ ପକ୍ଷରୁ ମିଳିଛି ବିପୁଳ ସମର୍ଥନ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, ପୂର୍ବତନ ସମବାୟ ସମିତି ସଭାପତି ପ୍ରବୀର ନାୟକ, କୈଳାସ ଦାସ, ରାଜେନ୍ଦ୍ର ବଳ, ଅବଦୁଲ କାଲାମ ଆଦାଦ ଖାଁ, ସେକ୍ ଅବଦୁଲ୍ ସମିମ୍‌, ଦିବାକର ମହାଳିକ, ପୁରସ୍ତୋମ ମହାଳିକ, ପ୍ରଶାନ୍ତ ବାରିକ, ରଘୁନାଥ ନାୟକ, ଚନ୍ଦ୍ରମଣି ଦାସ, ରବିନ୍ଦ୍ର ପାଣି, ସଦାନନ୍ଦ ପାଣି, ବିପିନ ଦାସ, ଦୀନବନ୍ଧୁ ମଳିକ, ହରିହର ନାୟକ, ଚଗୁଲୁ ମହାଳିକ, ସଂଜୟ ମହାଳିକ, ନାଥିଆ ମହାଳିକ ପ୍ରମୁଖ ବିଜେଡିର ଛାମୁଆ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ସେହିପରି ସିନ୍ଦୋଳ ପଞ୍ଚାୟତର ଇନ୍ଦିରା ଓ ବସ୍ତି ଏବଂ କୋହ୍ଲ, ଫତେପୁର, ଭାଟପଡା, ସୟା, ବାହାବଳପୁର ଆଦି ପଞ୍ଚାୟତରେ ବିଧାୟକ ଶ୍ରୀ ରାଉତରାୟଙ୍କ ପକ୍ଷରୁ ଏପରି କ୍ୟାଲେଣ୍ଡର ହିତାଧିକାରୀଙ୍କ କାନ୍ଥରେ ମରାଯାଇଥିବା ବେଳେ ଜନପ୍ରତିନିଧିଙ୍କ ସମେତ ଛାମୁଆ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।