ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ରେଳ ଧାରଣାରେ ପ୍ରତୀକ ଧାରଣା।

187

କଟକ (ଉତ୍କଳ ନ୍ୟୁଜ) ୦୭-୦୧-୨୦୨୨ : ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ରେଳ ଧାରଣାରେ ପ୍ରତୀକ ଧାରଣା। ଭଦ୍ରକସ୍ଥିତ ଚରମ୍ପା ଡଗରାସାହି ଠାରେ ରେଳ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ପୂର୍ବତନ ବିଧାୟକ ନରେନ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟ ବାସୀଙ୍କ ପକ୍ଷରୁ ଡଗରା ସାହି ଲେବେଲ କ୍ରସିଂ ଠାରେ ରେଳ ଧାରଣା ଉପରେ ଧାରଣା ଦିଆଯାଇଥିଲା। ଏନେଇ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଷ୍ଟେସନରେ ଏକ୍ସପ୍ରେସ ଗୁଡିକ ଅଟକି ରହିଥିଲା। ଖବର ଅନୁଯାୟୀ ଡଗରା ସାହି ଠାରେ ଗୋଟିଏ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା। ଯେଉଁମାନେ ଜରୁରୀ କାର୍ଯ୍ୟରେ ଆସିଥାନ୍ତି ଏହି ରେଳ ଫାଟକ ପଡି ରହିବାରୁ ହଇରାଣ ର ସମ୍ମୁଖୀନ ହୋଇଥାନ୍ତି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲା। ବ୍ରିଜ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଥିଲେ ମଧ୍ଯ କାର୍ଯ୍ୟ ବିଳମ୍ବ ଯୋଗୁଁ ଆଜି ଏହିଭଳି ଧାରଣା ଦିଆଯାଇଥିଲା। ଘଟଣା ସ୍ଥଳରେ ରେଳବାଇ ପୋଲିସ ଓ ରେଲବାଇର କର୍ମଚାରୀ ପହଞ୍ଚି ଧାରଣାରତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଯଦି ଆଗାମୀ ଦିନରେ ଏଭଳି ଦାବୀ ପୂରଣ ନ ହୁଏ ତେବେ ପ୍ରତ୍ୟେକ ମାସ ୭ ତାରିଖରେ ଦିନ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏପରି ପ୍ରତୀକାତ୍ମକ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆ ଯାଇଛି। ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |