ପାଳିଆବିନ୍ଧା ପଞ୍ଚାୟତରେ ବିଜେଡିର ସାଂଗଠନିକ ବୈଠକ।

121

କଟକ(ଉତ୍କଳ ନିଉଜ)ତିହିଡି, ୩୦-୧୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ବିଜେଡିର ସାଂଗନିକ ବୈଠକ ବୁଧବାର ପାଳିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟବେକ୍ଷକ ରାଜେଶ କୁମାର ଦାସ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ ବିଜେଠି ନେତା ବସନ୍ତ ନାୟକ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଓ କମଳାକାନ୍ତ ଦାସ, ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ଶରତ କୁମାର ମଲିକ, ଯୁବନେତା ସୁଧନ୍ୱା ନାୟକ, ଭରତ କୁମାର ସାହୁ, ପଞ୍ଚାୟତ ସଭାପତି ପ୍ରଶାନ୍ତ ପଲାଇ, ପୂର୍ବତନ ସମିତିସଭ୍ୟ ନବକିଶୋର ମଳିକ ପ୍ରମୁଖ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ପାଳିଆବିନ୍ଧା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଯଶୋଦା ମଲିକ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ଜୀବନଜ୍ୟୋତି ପଲାଇଙ୍କ ନାମ ଘୋଷଣା କରିଥିଲେ । ଏହି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଦଳର କର୍ମୀମାନେ ଆନ୍ତରିକତା ସହ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା କିଶୋର କୁମାର ମଲିକ, ପର୍ଶୁରାମ ନାୟକ, ପ୍ରଶାନ୍ତ ପାଣିଗ୍ରାହୀ, ବିଜୟ କୁମାର ପାତ୍ର, ପ୍ରବୀର କୁମାର ନାୟକ, ପାର୍ଥସାରଥି ଦାସ, ଅଜିତ୍ କୁମାର ମହାନ୍ତି, ରଂଜିତ୍ ନାୟକ, ମହିଳା ସଭାନେତ୍ରୀ ଜୟନ୍ତୀ ନାୟକ, ଅନ୍ନପୂର୍ଣ୍ଣା ବାରିକ, ପଦ୍ମାବତୀ ବାରିକ, କବିତା ନାୟକ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।