ବଦଳିଲା ସଂରକ୍ଷଣ ତାଲିକା, ବ୍ଲକ ଅଧ୍ୟକ୍ଷ ପଦ ସଂରକ୍ଷଣ ପରିବର୍ତ୍ତନକୁ ନେଇ ନେତାଙ୍କ ମଧ୍ୟରେ ନୈରାଶ୍ୟ।

313

କଟକ(ଉତ୍କଳ ନିଉଜ)ତିହିଡ଼ି, ୨୮.୧୨ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ୩୧ ପଞ୍ଚାୟତ ପାଇଁ ଗତ ଅକ୍ଟୋବର ୮ ତାରିଖରେ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ବିଭିନ୍ନ ତ୍ରୁଟିକୁ ନେଇ କେତେକ ବ୍ୟକ୍ତି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ମାନ୍ୟବର ସୁପ୍ରିମକୋର୍ଟ ଓବିସି ସଂରକ୍ଷଣକୁ ନେଇ ଏକ ରାୟ ମଧ୍ୟ ଦେଇଥିଲେ । ଏହାକୁ ନେଇ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସଂରକ୍ଷଣ ତାଲିକାକୁ ପୁଣି ଥରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ସରକାରଙ୍କ ପକ୍ଷରୁ ପ୍ରଥମ ପ୍ରକାଶିତ ସଂରକ୍ଷଣ ତାଲିକାକୁ ତର୍ଜମା କରାଯାଇ ପୁନର୍ବାର ଡିସେମ୍ବର ୨୭ ତାରିଖରେ ପରିବର୍ତ୍ତନ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି । ଏଥିରେ ତିହିଡ଼ି ବ୍ଲକର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ପରିବର୍ତ୍ତନ କରାଯାଇଥିବାରୁ ବହୁ ନେତାଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଛି । ଏହି ଅଧ୍ୟକ୍ଷ ପଦ ଅଣସଂରକ୍ଷିତ (ମହିଳା) ଥିଲା । ଏହାର ପରିବର୍ତ୍ତନ କରାଯାଇ ଅନୁସୂଚିତ ଜାତି କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୬ ନମ୍ବର ଜୋନଟି ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୭ ନମ୍ବର ଜୋନ୍ ଅନୁସୂଚିତ ଜାତି (ମହିଳା), ୮ ନମ୍ବର ଜୋନ୍ ଅନୁସୂଚିତ ଜାତି ଓ ୯ ନମ୍ବର ଜୋନ୍ ପରିବର୍ତ୍ତନ କରାଯାଇ ଅଣସଂରକ୍ଷିତ କରାଯାଇଛି । ଏହି ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ଅଚକ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଅଣସଂରକ୍ଷିତ (ମହିଳା)ଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ କାଁପଡା ସରପଞ୍ଚ ଓ ସମିତି ଅନୁସୂଚିତ ଜାତି (ମହିଳା), କୁବେରାରେ ସରପଞ୍ଚ ଅନୁସୂଚିତ ଜାତି ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), କୋହ୍ଲ ସରପଞ୍ଚ ଅନୁସୂଚିତ ଜାତି ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), ଗୁଆମାଳ ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତି ସଭ୍ୟ ଅନୁସୂଚିତ ଜାତି (ମହିଳା), ଗୋବିନ୍ଦପୁର ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ଜାମଯୋଡି ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ (ମହିଳା), ତଳଗୋପବିନ୍ଧା ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ (ମହିଳା), ତାଳପଦା ସରପଞ୍ଚ ଅଣସଂରକ୍ଷିତ (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ଦୋଳସାହି ସରପଞ୍ଚ ଅନୁସୂଚିତ ଜାତି ଓ ସମିତି ସଭ୍ୟ ଅନୁସୂଚିତ ଜନଜାତି (ମହିଳା), ଦୌଲତପୁର ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅନୁସୂଚିତ ଜନଜାତି (ମହିଳା), ନରେନ୍ଦ୍ରପୁର ସରପଞ୍ଚ ଅଣସଂରକ୍ଷିତ (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ନୟାନନ୍ଦ ସରପଞ୍ଚ ଅଣସଂରକ୍ଷିତ (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ପାଳିଆବିନ୍ଧା ସରପଞ୍ଚ ଅଣସଂରକ୍ଷିତ (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ଫତେପୁର ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅଣସଂରକ୍ଷିତ (ମହିଳା), ବାମନବିନ୍ଧା ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ବାରସର ସରପଞ୍ଚ ଅନୁସୂଚିତ ଜାତି ଓ ସମିତି ସଭ୍ୟ ଅନୁସୂଚିତ ଜାତି (ମହିଳା), ବାରୋ ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଅନୁସୂଚିତ ଜାତି (ମହିଳା), ବାହାବଳପୁର ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତି ସଭ୍ୟ ଅନୁସୂଚିତ ଜାତି, ବିଲଣା ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତିସଭ୍ୟ ଅଣସଂରକ୍ଷିତ, ବୋଡକ ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତିସଭ୍ୟ ଅନୁସୂଚିତ ଜାତି, ଭାଟପଡ଼ା ସରପଞ୍ଚ ଅନୁସୂଚିତ ଜାତି ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), ମଙ୍ଗଳପୁର ସରପଞ୍ଚ ଅଣସଂରକ୍ଷିତ ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), ମହରମପୁର ସରପଞ୍ଚ ଓ ସମିତିସଭ୍ୟ ଉଭୟ ଅଣସଂରକ୍ଷିତ, ମୁକୁନ୍ଦପୁର ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତିସଭ୍ୟ ଅନୁସୂଚିତ ଜାତି, ରାଜନଗର ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତିସଭ୍ୟ ଅଣସଂରକ୍ଷିତ, ଶ୍ୟାମସୁନ୍ଦରପୁର ସରପଞ୍ଚ ଅନୁସୂଚିତ ଜାତି ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), ସୟା ସରପଞ୍ଚ ଅଣସଂରକ୍ଷିତ ଓ ସମିତିସଭ୍ୟ ଅନୁସୂଚିତ ଜାତି (ମହିଳା), ସାହାପୁର ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତିସଭ୍ୟ ଅନୁସୂଚିତ ଜାତି, ସିନ୍ଦୋଳ ସରପଞ୍ଚ ଅନୁସୂଚିତ ଜାତି (ମହିଳା) ଓ ସମିତି ସଭ୍ୟ ଅଣସଂରକ୍ଷିତ, ହରସିଂପୁର ସରପଞ୍ଚ ଓ ସମିତି ସଭ୍ୟ ଅଣସଂରକ୍ଷିତ ହୋଇଥିବା ବିଜ୍ଞପ୍ତିରୁ ଜଣାଯାଇଛି । ଏହା ଉପରେ ଏକ ସପ୍ତାହ ମଧ୍ୟରେ ୨୦୨୨ ଜାନୁଆରୀ ୩ ତାରିଖରେ ଆପତ୍ତିର ଶୁଣାଣି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।