ତିହିଡିରେ ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହ, ସାମାଜିକ ଆନ୍ଦୋଳନର ପରିଣତ ହୋଇଛି ବିଜେଡି ।

430

କଟକ(ଉତ୍କଳ ନିଉଜ)ତିହିଡି, ୨୬.୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେଡି ପକ୍ଷରୁ ରୌପ୍ୟ ଜୟନ୍ତୀ ସ୍ଥାନୀୟ କାଳୀପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଯୋଗଦେଇ ବିଗତ ୨୫ ବର୍ଷ ଧରି ଲୋକଙ୍କ ସେବା କରିଆସୁଥିବା ବିଜେଡି ସଂପ୍ରତି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଜିଲ୍ଲା ବିଜୁ ମହିଳା ଦଳର ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଯୋଗଦେଇ ଲୋକଙ୍କ ଇଛା ତଥା ଆବଶ୍ୟକତା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ବୋଲି କହିଥିଲେ । ଗାଁକୁ କାମ ଆଉ ମାଆକୁ ସମ୍ମାନ ଦେଇ ବିଜେଡି ତାର ପାରଦର୍ଶିତା ପ୍ରତିପାଦନ କରି ପାରିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁବିଧ ଯୋଜନା ପ୍ରଣୟନ କରି ଲୋକଙ୍କ ସହଭାଗିତା ହୋଇଥିବା ବେଳେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସାରା ଭାରତ ବର୍ଷରେ ଓଡିଶା ଶିର୍ଷ ସ୍ଥାନରେ ପହଁଞ୍ôଚ ପାରିଛି । କରୋନା ପରିଚାଳନା ଏବଂ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ଏପରିକି ପ୍ରାକୃତିକ ଦୁର୍ବିପାକ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ସ୍ମାର୍ଟ ସ୍କୁଲ ଠାରୁ ଆରମ୍ଭ କରି ସ୍ମାର୍ଟ କାର୍ଡ, ଆବାସ ଯୋଜନାରେ ପାଇଥିବା ଗୃହର ମରାମତି ବାବଦକୁ ଆର୍ଥିକ ସହାୟତା ତଥା ନୂତନ ହିତାଧିକାରୀଙ୍କ ଅଗ୍ରୀମ ସହାୟତା ସଂପ୍ରତି ଲୋକଙ୍କୁ ଆକୃଷ୍ଟ କରି ପାରିଛି ବୋଲି ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଓ କମଳାକାନ୍ତ ଦାସ, ଜିଲ୍ଲା ସମ୍ପାଦକ ଓ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବିଜୁ ମହିଳା ବ୍ଲକ ସଭାନେତ୍ରୀ କଳ୍ପନା ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ଶ୍ରମିକ ନେତା ବଶ୍ୱଜିତ ବେହେରା, ସରପଞ୍ଚକିର୍ତ୍ତନ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ ଓ ଶରତ ଦାସ, ପୂର୍ବତନ ସପଞ୍ଚ ଭଗବାନ ପାଢୀ, ପୂର୍ବତନ ଉପାଧ୍ୟକ୍ଷା ଦେବକୀ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କର ଆଶା ଓ ଭରଷା ସାଜି ପୁଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଏହି ସମାରୋହରେ ମତବ୍ୟକ୍ତ କରିଥିଲେ । ତେବେ ଆଗାମି ତ୍ରିସ୍ତରୀୟ ନିର୍ବାଚନରେ ବିରୋଧିଙ୍କ ପ୍ରରୋଚନାରେ ବଶିଭୁତ ନହୋଇ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ଲାଗି ଅଭିଯାନ ଆରମ୍ଭ କରିବା ଲାଗି ଏହି ସମାରୋହରେ ଆହ୍ୱାନ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶଶଧର ସାମଲ, ବିପିନ ବେହେରା, ତିଲୋତ୍ତମା ବେହେରା, ବୈକୁଣ୍ଠନାଥ ପାଣି, ମାନସୀ ମଳିକ, ଭାଗିରଥି ମଳିକ ଓ ଅମର ଦାସ, ସମିତି ସଭ୍ୟ ସୌମ୍ୟରଞ୍ଜନ ପରିଡା ଓ ମଦନ ନାୟକ, ବିଜେଡି ନେତା ପ୍ରତାପ ଜେନା, ଅନିରୁଦ୍ଧ ବାରିକ, ଶରତ ମଳିକ, ଅମର ବେହେରା, ପ୍ରବୀର ନାୟକ, ରାଜେନ୍ଦ୍ର ଜେନା, ସୁରେନ୍ଦ୍ର ନାୟକ, ହିମାଦ୍ରୀ ମିଶ୍ର, ଶଶିକାନ୍ତ ନାୟକ, ନିତ୍ୟାନନ୍ଦ ବେହେରା, ଗଣେଶ ନାୟକ, କୈଳାସ ରାଉଳ, ରାଜେନ୍ଦ୍ର ବଳ, କମଳାକାନ୍ତ ଲେଙ୍କା, ଜୟପ୍ରକାଶ ମଲ୍ଲିକ, ଉମାକାନ୍ତ ସେଠୀ, ଯତିନ୍ଦ୍ର ବେହେରା, ଛନ୍ଦାଚରଣ ନାୟକ, ସଂଗ୍ରାମ ମହାପାତ୍ର, ଆଲୋକ ମଲ୍ଲିକ, ବିଜୟାନନ୍ଦ ସେଠୀ, କମଳାକାନ୍ତ ସ୍ୱାଇଁ, ନରେନ୍ଦ୍ର ବାରିକ, ରଘୁନାଥ ମଳିକ, ବିଜୟ ନାୟକ, ବିଜୟାନନ୍ଦ ସେଠୀ, ଅଶୋକ ନାୟକ, ଗଣେଷ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମହାପାତ୍ର, ହେମନ୍ତ ମହାନ୍ତି, ଶୁଧାଂଶୁ ଶେଖର ମହାନ୍ତି, ତପନ ସାହୁ, ଭାଗିରଥି ମଳିକ, ପିତାମ୍ବର ସେଠୀ, ଚିତ୍ତରଞ୍ଜନ ଦାସ, ଜୀବନଜ୍ୟୋତି ପଲେଇ, ସରୋଜ ଦାସ, ହରିଶ୍ଚନ୍ଦ୍ର ମିଶ୍ର, ପ୍ରଫୁଲ ଯତି, ଚଗୁଲ ଦିକ୍ଷୀତ, ପ୍ରଦୀପ ଦାସ, ଧନଞ୍ଜୟ ନାୟକ, ପ୍ରଫୁଲ ମଳିକ ଏବଂ ନାରୀନେତ୍ରୀ କଲ୍ୟାଣୀ ଦାସ ଓ ଦିପାନ୍ୱିତା ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।