ସମନ୍ୱୟ ମେଳାରେ ୧୪୫ଟି ମହିଳା ଗୋଷ୍ଠୀଙ୍କୁ ୨କୋଟି ୮୯ ଲକ୍ଷ ୭୨ ହଜାର ଟଙ୍କା ଋଣ ପ୍ରଦାନ

155

କଟକ(ଉତ୍କଳ ନିଉଜ)ତିହିଡି, ୨୪.୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଓଡିଶା ଜୀବିକା ମିଶନ ଓ ଓଡିଶା ମିଶନ ଶକ୍ତି ଆୟୋଜନରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ୟାଙ୍କ ଜରିଆରେ ଏଥିରେ ମୋଟ୍ ୧୪୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୨ କୋଟି ୮୯ ଲକ୍ଷ ୭୨ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଓଡିଶା ଜୀବିକା ମିଶନ ଭାରପ୍ରାପ୍ତ ପ୍ରକଳ୍ପ ପରିଚାଳକ ଶ୍ରୀକାନ୍ତ ଜେନାଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବୁଦ୍ୟୁତଲତା ନାୟକ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଓ କମଳାକାନ୍ତ ଦାସ, ବ୍ୟାଙ୍କ ଏଲଡିଏମ ନାଗେଶ୍ୱର ରାଓ, ଏସବିଆଇ ଶାଖା ପରିଚାଳକ ନାଗେଶ୍ୱର ମୁର୍ମୁ, ଦୋଳସାହି ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ସୁଶିଲ ମିଶ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଅନନ୍ତ ଚରଣ ଦାସ ଓ ବାଲେଶ୍ୱର-ଭଦ୍ରକ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ସୁଶାନ୍ତ ପୁହାଣ ପ୍ରମୁଖ ଯୋଗଦେଇ ଉତ୍ସାହିତ କରିଥିଲେ । ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଲେ ନିଜ ପରିବାର ସହିତ ଦେଶରେ ମଧ୍ୟ ଆର୍ôଥକ ବିକାଶ ହୋଇପାରିବ । ଆର୍ôଥକ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ମହିଳା ଗୋଷ୍ଠୀ ମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇ ନିଜ ପରିବାରର ଆର୍ôଥକ ସ୍ଥିତିରେ ଅଭିବୃଦ୍ଧି କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତି କରିଥିଲେ । ବ୍ଲକ ଦକ୍ଷତା ସଂଯୋଜକ ପ୍ରଫୁଲ ମଲ୍ଲିକ, ବିଏଲସି ସ୍ନିଗ୍ଧା ନାୟକ, ନନ୍ଦିନୀ ନାୟକ, ଶସ୍ମିତା ଖୁଣ୍ଟିଆ, ବିପିଏସିଏ ସେଲିନା ନାୟକ, ଏଲସପି ଧନଞ୍ଜୟ ନାୟକ, ସୁଜିତ ପ୍ରଧାନ, ସୁବଳ ଦାସ, ଗୌତମ ବେହେରା ଓ ଲକ୍ଷ୍ମୀଧର ମଲ୍ଲିକଙ୍କ ସମେତ ସମସ୍ତ ପଞ୍ଚାୟତର ମହିଳା ମହାସଂଘର ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ପ୍ରମୁଖ କାର୍ଯ୍ୟକ୍ରମକକୁ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟା ଉତ୍କଳ ନିଉଜ।