ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଖବରକାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ର ଶୁଭାରମ୍ଭ |

114

କଟକ (ଉତ୍କଳ ନ୍ୟୁଜ) ୨୪-୧୨-୨୦୨୧ : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଖବରକାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ଭିଡ଼ିଓ କଂଫେରେନସିଙ୍ଗ ଜରିଆରେ କରିଛନ୍ତି। ପ୍ରତ୍ୟେକ ହକର ମାନଙ୍କୁ ୬000 ଟଙ୍କା ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି। ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟଠାରେ କଟକ ଜିଲ୍ଲାର ୧୫୦ ରୁ ଉର୍ଦ୍ଧ ହକର ମାନଙ୍କ ଉପସ୍ଥିତିରେ ଏହି ଶୁୁଭାରମ୍ବ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।ସୂଚନା ଯୋଗ୍ୟ ସମଗ୍ର କଟକ ଜିଲ୍ଲାରେ ୮୨୨ ଜଣ ହକରଙ୍କୁ ପଞ୍ଜିକରଣ କରାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ,ଡ଼ା ପ୍ରମୋଦ କୁମାର ମଲ୍ଲିକ,ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ,ଶ୍ରୀ ଭବାନୀ ଶଙ୍କର ଚୟନୀ, ସି ଏମ ସି କମିଶନର, ଶ୍ରୀମତୀ ଅନନ୍ୟା ଦାସ,ସୂଚନା ଓ ଲୋକ ସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକ, ଶ୍ରୀ ଅଶୋକ କୁମାର ଷଢଙ୍ଗୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ ଉତ୍କଳ ନ୍ୟୁଜ |