ଧନୀ ଗରିବଙ୍କ ମଧ୍ୟରେ ଭେଦଭାବ ଦୂର କରିବ ୫-ଟି ରୂପାନ୍ତରିତ ସ୍କୁଲ,

201

କଟକ(ଉତ୍କଳ ନିଉଜ)ତିହିଡି, ୧୧.୧୨: ଧନୀ ଗରିବ ଶ୍ରେଣୀ ମଧ୍ୟରେ ରହିଥିବା ଭେଦଭାବ ଦୂର କରିବ ୫-ଟି ରୂପାନ୍ତରିତ ସ୍କୁଲ । ପୂର୍ବରୁ ଘରୋଇ ସ୍କୁଲରେ ଗରିବ ବର୍ଗର ପିଲାମାନେ ପାଠ ପଢିବାକୁ ସୁଯୋଗ ପାଉନଥିଲେ ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ୫-ଟି ରୂପାନ୍ତରିତ ସ୍କୁଲରେ ସେମାନେ ଉନ୍ନତ ମାନର ଶିକ୍ଷାର୍ଜନ କରିପାରିବେ । ସ୍ମାର୍ଟ କ୍ଲାସ ରୁମ ସହିତ ଇ-ଲାଇବ୍ରେରୀ, ଉନ୍ନତମାନର ଖେଳ ପଡିଆ, ପାନୀୟ ଜଳ ଯୋଗାଣ ସହିତ ଚିକଣିଆ ପରିବେଶରେ ଆଜି ଛାତ୍ରଛାତ୍ରୀମାନେ ସୁଯୋଗ ପାଇବାକୁ ଯାଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରଣୟନ ହୋଇଥିବା ଏହି ୫-ଟି ରୂପାନ୍ତରିତ ସ୍କୁଲଗୁଡିକୁ ଦେଖି ଛାତ୍ରଛାତ୍ରୀମାନଙ୍କ ସମେତ ଅଭିଭାବକ ବେଶ ଖୁସିଥିବା ଜଣାଯାଇଛି । ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ଟି ସ୍କୁଲକୁ ୫-ଟି ରୂପାନ୍ତରିତ ସ୍କୁଲ ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ଉପରେ ଶନିବାର ଭିଡିଓ କନଫେରେନ୍‌ସିଂ ମାଧ୍ୟମରେ ୫-ଟି ସଚିବ ଭି କେ ପାଣ୍ଡିଆନ ବ୍ଲକ ବିଡିଓଙ୍କ ସହିତ ସ୍କୁଲଗୁଡିର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି କର୍ମକର୍ତ୍ତା, ଆଲୁମୁନି, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରାଯାଇଥିଲା । ୫-ଟି ରୂପାନ୍ତରିତ ସ୍କୁଲ ଯୋଜନା କାର୍ଯ୍ୟକ୍ଷମ ହେବା ପରେ ସରକାର ରାଜ୍ୟର ୧୦ଟି ଟପ୍ ୧୦ ସ୍କୁଲର ମାନ୍ୟତା ଦେଇ ପୁରସ୍କୃତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ । ଏହି ଭିଡିଓ କନ୍‌ଫେରେନ୍‌ସିଂରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ସମେତ ବିଡିଓ ବସନ୍ତ କୁମାର ସାହାଣୀ, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ତିଳୋତ୍ତମା ବେହେରା, ବଳଭଦ୍ର ମାଠ, ଶଶଧର ସାମଲ ଏବଂ ହରେକୃଷ୍ଣ ଜେନା, ବାପୁଜୀ ନାୟକ, ସୁରେନ୍ଦ୍ର ପ୍ରସାଦ ନାୟକ, ପ୍ରବୀର କୁମାର ନାୟକ, ଦେବକିଶୋର ଦାସ, କୃଷ୍ଣ ଚନ୍ଦ୍ର ମହାନ୍ତି, ଯତୀନ୍ଦ୍ର ବେହେରା, ମାନସ ରଂଜନ ନାୟକ, ଶରତ ଚନ୍ଦ୍ର ମଳିକ ପ୍ରମୁଖ ଆଲୁମୁନଙ୍କ ସମେତ ଛାତ୍ରୀ ବିଜୟଲକ୍ଷ୍ମୀ ବାରିକ, ଅଭିଲିପ୍‌ସା ନାୟକ, ରାଜଲକ୍ଷ୍ମୀ ପାଣି, ପୂଜାରାଣୀ ସାହୁ, ଛାତ୍ର ମନୋରଂଜନ ରାଉତ ପ୍ରମୁଖ ସଚିବ ଶ୍ରୀ ପାଣ୍ଡିଆନ ସିଧାସଳଖ କଥା ହୋଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ସହଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ପୂରଣ କରିବାରେ ସାମିଲ ହେବାକୁ କହିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ରମେଶ ଚନ୍ଦ୍ର ସାହୁ, ରାଜଶ୍ରୀ ସିଂ, ବିଷ୍ଣୁ ଚରଣ ନାୟକ, ଧର୍ମାନନ୍ଦ ମଲିକ, ଭରତ ଚନ୍ଦ୍ର ପାଲ, ଜୟନ୍ତ ବାରିକ, କୃପାସିନ୍ଧୁ ନାୟକ, ବିଜୟ ଖୁଣ୍ଟିଆ, ଧର୍ମେନ୍ଦ୍ର ସେଠୀ, ଅବନି ତ୍ରିପାଠୀ, ସରୋଜ ଦାସ, ରାଜକିଶୋର ଦାସ, ଅଶୋକ ନାୟକ, ପବିତ୍ର ନାୟକ, ପ୍ରତାପ ଜେନା, ଲକ୍ଷ୍ମୀଧର ମଲିକ, ସଚିତାନନ୍ଦ ସେନାପତି, ବିଜୟ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।