ବାସୁଦେବପୁର ବିଧାୟକ ୯ ପଞ୍ଚାୟତର ବଣ୍ଟନ କଲେ ସ୍ମାର୍ଟ କାର୍ଡ

241

କଟକ(ଉତ୍କଳ ନିଉଜ)ତିହିଡି, ୨୯.୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ୯ଟି ପଞ୍ଚୟତର ସ୍ମାର୍ଟ କାର୍ଡ ବଣ୍ଟନ କଲେ ବିଧାୟକ ବିଷ୍ଣୁବ୍ରତ ରାଉତରୟ । ଗତ ୨୭ ତାରିଖରୁ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖରେ ଶେଷ ହୋଇଛି । ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ବାହାବଳପୁର ପଞ୍ଚାୟତର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭାରତରେ ଅନ୍ୟ କୌଣସି ରାଜ୍ୟରେ କାର୍ଯ୍ୟକାରୀ ହୋଇନଥିବା ବେଳେ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଯୋଜନାର ଆରମ୍ଭ କରିଛନ୍ତି ଏବଂ ଏଥିରେ ରାଜ୍ୟର ପ୍ରାୟ ୩ କୋଟି ୭୦ ଲକ୍ଷ ହିତାଧିକାରୀ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସରପଞ୍ଚ ବିପିନ ବେହେରା, ତହସିଲଦାର ପ୍ରତୀକ କୁମାର ସାହୁ, ବିଡିଓ ବସନ୍ତ କୁମାର ସାହାଣି, ସମାଜସେବୀ ଲକ୍ଷ୍ମୀଧର ମାଝୀ, ପ୍ରଫୁଲ ଧଳ, ପ୍ରଦିପ୍ତ ଦାସ, ଅଜୟ ଦାସ, ମୀନକେତନ ପଲେଇ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ବେହେରା, ଶରତ ବେହେର, ନାରାୟଣ ନାୟକ, କୁଳମଣି ନାୟକ, ଆଦିତ୍ୟ ବେହେରା ଓ ରାଜେଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ସୟା ପଞ୍ଚାୟତରେ ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ଉକ୍ତ ସଭାରେ ଉପରୋକ୍ତ ଅତିଥିମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ ସୁଶ୍ରୀ ବିଦ୍ୟୁତଲତା ନାୟକ, ଭାରପ୍ରାପ୍ତ ସରପଞ୍ଚ ସନ୍ତୋଷ ନାୟକ, ସୁରେନ୍ଦ୍ର ନାୟକ, ଗୋକୁଳାନନ୍ଦ ମଳିକ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଳିତ ମୋହନ ନାୟକ, ଅଭୟ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମଲ୍ଲିକ, ମନୋଜ ନାୟକ, ଜୟପ୍ରକାଶ ପାତ୍ର, ଶୁଭେନ୍ଦୁ ମଲ୍ଲିକ, ପ୍ରଦିପ ଦାସ, ବୈଲୋଚନ ମଲ୍ଲିକ, ପ୍ରଦିପ ରାଉଳ ଓ ଜୀବନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମହରମପୁର ପଞ୍ଚାୟତର ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ବିଷ୍ଣୁ କୁଅଁର, ଗୌରୀ ବେହେରା, ଶରତ ରାଉତ, ପ୍ରଦୀପ ନାୟକ, ଅକ୍ଷୟ ପାଣି, ଶରତ ପାଣିଗ୍ରାହୀ, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସିନ୍ଦୋଳ ପଞ୍ଚୟତ ସରପଞ୍ଚ ବୈକୁଣ୍ଠ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସମିତି ସଭ୍ୟାଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ ମଞ୍ଚାସୀନ ହୋଇଥିବା ବେଳେ ପ୍ରଦୀପ ଦାସ, ସନାତନ ପରିଡା, କୃତ୍ତିବାସ ଦାସ, ଆଲୋକ ମଲ୍ଲିକ, ସେକ କାଲା, ହରେନ୍ଦ୍ର ପରିହାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ମଙ୍ଗଳପୁର ପଞ୍ଚାୟତର ଉକ୍ତ ସଭାରେ ପ୍ରବୀର ନାୟକ, ପୁଷ୍ପାଞ୍ଜଳୀ ଲେଙ୍କା, ସୁରେନ୍ଦ୍ର ନାୟକ, ମହେଶ୍ୱର ବାରିକ, କମଳାକାନ୍ତ ଲେଙ୍କା, ରବିନ୍ଦ୍ର ପାଣି, ବିକର୍ତ୍ତନ ମଳିକ, ଅବଦୁଲ କାଲାମ, ସେକ ମହମ୍ମଦ ସମୀର, କୈଳାସ ଦାସ, ରାଜେନ୍ଦ୍ର ବଳ ଓ ସଞ୍ଜୟ ମହାନ୍ତି ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ । ବାପୁଜୀ ନାୟକଙ୍କ ପୌରୋହିତ୍ୟରେ କୋହ୍ଲ ପଞ୍ଚାୟତର ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳୀ ପାତ୍ର, ସରପଞ୍ଚ ତିୃଳୋତ୍ତମା ବେହେରା, ସମିତି ସଭ୍ୟ ସୌମ୍ୟରଞ୍ଜନ ପରିଡା, ନିତ୍ୟାନନ୍ଦ ବେହେରା, ପ୍ରଦିପ ସାହୁ, ସୁବାଶ ଦାସ, କାର୍ତ୍ତକ ବାରିକ ଓ ନୋଡାଲ ଅଧିକାରୀ ଗୋଲକ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଡ ବାଣ୍ଟିଥିଲେ । ଭାଟପଡା ପଞ୍ଚାୟତର ରଘୁନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଉକ୍ତ ସଭାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିବା ବେଳେ ସମିତି ସଭ୍ୟ ସଂଗ୍ରାମ ଦାସ, ନରେନ୍ଦ୍ର ବାରିକ, କୈଳାସ ବେହେରା, ରାଜେଶ ପାଢୀ, ପ୍ରଫୁଲ ଯତି, ଦେବୀ ପ୍ରସାଦ ପତି, ବାସ୍ତବ ପଣ୍ଡା, ସୟଦ୍ ଇବ୍ରାହିମ ପ୍ରମୁଖ ପରିଚାଳନା କରିଥିଲେ । ଫତେପୁର ପଞ୍ଚୟତରେ ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳୀ ପାତ୍ର ପୌରୋହିତ୍ୟ କରିଥିବା ବେଳେ ସୁରେନ୍ଦ୍ର ନାୟକ, ରଘୁନାଥ ପଣ୍ଡା, ନାଏବ ସରପଞ୍ଚ ପ୍ରଫୁଲ ମହାପାତ୍ର ପ୍ରମୁଖ କାର୍ଡ ବଣ୍ଟିଥିଲେ । କୈଳାସ ରାଉଳ, ଉତ୍ତମ ମହାପାତ୍ର, ଉମାକାନ୍ତ ସେଠୀ, ପ୍ୟାରିମୋହନ ସାବତ, ଛନ୍ଦାଚରଣ ନାୟକ, ଆଶିଶ ପାଢୀ, ବୁଲୁ ମାହୁନ୍ତ, ସଂଗ୍ରାମ ମହାପାତ୍ର, ଜୟନ୍ତ ସେନାପତି ଓ ଶ୍ରୀଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୁକୁନ୍ଦପୁର ପଞ୍ଚୟତରେ ସରପଞ୍ଚ କିର୍ତ୍ତନ ରାଉତଙ୍କ ପୌରୋହିତ୍ୟରେ ଗଣେଶ ପ୍ରସାଦ ନାୟକ, ହିମାଦ୍ରୀ ରାଉତରାୟ, ଦୀନରଞ୍ଜନ ପାଢୀ ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଦେବ ଦଳେଇ, ଗଙ୍ଗାଧର ପାଟ୍ଟ, ପିତାମ୍ବର ସେଠୀ, କମଳାକାନ୍ତ ସ୍ୱାଇଁ, ପଦ୍ମଲୋଚନ ପତି, ବିଜୁ ମହାଳିକ, ମନୋରଞ୍ଜନ ନାୟକ, ଭୁବନ ମହାରଣା, ସପନା ନାଥ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପିଇଓ, ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ମଣ୍ଡଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତେବେ ବିଜେପିର ସାମ୍ଭାବ୍ୟ କଳା ପତାକା ପ୍ରଦର୍ଶନକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।