ଦିବ୍ୟଭୂମିର ପ୍ରତିଷ୍ଠାତା ଅଶୋକ ସାହୁଙ୍କ ପରଲୋକ।

260

କଟକ(ଉତ୍କଳ ନିଉଜ)ତିହିଡି,୨୯.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ଦିବ୍ୟଭୂମିର ପ୍ରତିଷ୍ଠାତା ଅଶୋକ ସାହୁଙ୍କ ପରଲୋକ ଘଟିଯାଇଛି । ଗତକାଲି ହୃଦ୍‌ଘାତ କାରଣରୁ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଜଣେ ନିଷ୍ଟାପର, ପ୍ରଜ୍ଞା ପୁରୁଷ, ଅମାୟିକ, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ତଥା ଶ୍ରୀ ଅରବିନ୍ଦ ଦର୍ଶନର ପ୍ରଗାଢ ଜ୍ଞାନ ପିପାସୁ ଥିଲେ ଅଶୋକ ସାହୁ । କୋହ୍ଲ ଦିବ୍ୟଭୂମି ଆଶ୍ରମରେ ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରିବା ସଂଗେ ସଂଗେ ଶିକ୍ଷାର ମାନବୃଦ୍ଧି କରିବାରେ ସେ ଶ୍ରୀଅରବିନ୍ଦ ପାଠାଗାର ଖୋଲି ପ୍ରାୟ ୫୦ହଜାରରୁ ଅଧିକ ପୁସ୍ତକ ଗବେଷକଙ୍କ ପାଇଁ ସାଇତି ରଖି ଦେଇଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ସେ “ସାବିତ୍ରୀ” ପୁସ୍ତକକୁ ଅଧ୍ୟୟନ କରି ପାଠଚକ୍ର ମାଧ୍ୟମରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଛନ୍ତି । କୋହ୍ଲ ଗ୍ରାମ ପଂଚାୟତର ବିଭିନ୍ନ ସଂସ୍ଥାର ଉନ୍ନତି କଳ୍ପେ କାୟିକ,ବାଚିକ ଓ ମାନସିକ ସହଯୋଗରେ କେତେବେଳେ କୁଣ୍ଠା ପ୍ରକାଶ କରି ନାହାଁନ୍ତି ବରଂ ବହୁ ଲୋକଙ୍କୁ କର୍ମ ଯୋଗାଣ କରିବାରେ କୋହ୍ଲ କର୍ମଭୂମି ତଥା ବିଦେଶରେ ବ୍ୟବସାୟିକ ସଂସ୍ଥା ମାଧ୍ୟମରେ ରୋଜଗାରକ୍ଷମ କରିବାର ବ୍ୟବସ୍ଥା କରିଛନ୍ତି । ତିହିଡି ବ୍ଲକର ବରିଷ୍ଠମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଗୃହ ଯୋଗାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘ, ତିହିଡି ବ୍ଲକର ବହୁ ଅଗ୍ରଣୀ ଯୁବକ ସଂଘ, ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ, ଯୁବସଂଗଠନର କର୍ମକର୍ତ୍ତାଙ୍କ ସହିତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ହରିହର ସେନାପତି, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, କାହ୍ନୁଚରଣ ମହାନ୍ତି, ଡ.ଗୋଲକ ବିହାରୀ ସାହୁ, ଡ.ଶାନ୍ତନୁ ଦାସ, ଧିରେନ୍ଦ୍ର ବଳ, ପ୍ରଦୀପ ଜେନା, ଦେବଦତ୍ତ ନାୟକ, ଅରୁଣ ପଣ୍ଡା, ମନମୋହନ ନାୟକ, ପ୍ରଦୀପ କୁମାର ସାହୁ, ସୁରେସନ୍ଦ୍ର କୁମାର ନାୟକ,ସୈାମ୍ୟରଂଜନ ପରିଡା, ବିଭୂତି ଭୂଷଣ ସେନାପତି, ନୃସିଂହ ମହାପାତ୍ର, ଦୈତାରୀ ଜେନା, ସରପଂଚ ତିଳୋତମା ବେହେରା, ବିପ୍ଳବ କୁମାର ନାୟକ, ଗୈାରାଙ୍ଗ ଚରଣ ଯେନା, ବଳରାମ ସେନାପତି, ପଦ୍ମନାଭ ସାହୁ, ମାୟାଧର ସାହୁ, ବିଚିତ୍ର ବାରିକ, କରୁଣାକର ମହାରଣା, ଅଜୟ କୁମାର ପରିଡା, ପି.ହୃଷିକେଶ, ନୀଳମାଧବ ସେନାପତି, ବିଷ୍ନୁମୋହନ ପାଣି, ଶ୍ୟାମସୁନ୍ଦର ପତି, ବୀରେନ୍ଦ୍ର କୁମାର ପତି, ବିଜୟିନୀ ମହାରାଣ ଓ ରାମନାରାୟଣ ନାୟକ ପ୍ରମୁଖ ତାଙ୍କର ମରଶରୀରକୁ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଶେଷରେ ଦିବ୍ୟଭୂମି ପରିସରରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିଲା । ନିଜର ପୁତ୍ର ଓ ପୁତ୍ରବଧୂ ସମେତ ଜାମାତା ତଥା ଭାଇ ବନ୍ଧୁୁ କୁଟୁମ୍ବ ଶେଷ ପ୍ରଣତି ଜଣାଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।