ଚାନ୍ଦବାଲି ବିଧାୟକ ବାଣ୍ଟିଲେ ୯ ପଞ୍ଚାୟତର ସ୍ମାର୍ଟ କାର୍ଡ ।

236

କଟକ(ଉତ୍କଳ ନିଉଜ)ତିହିଡି, ୨୯.୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ସୋମବାର ଦିନତମାମ ୯ଟି ପଞ୍ଚାୟତରେ ୧୨ ହଜାର ୭୫ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ନରେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶାର ବୈପ୍ଲବିକ ପରିବର୍ତ୍ତନ ଆଣିବା ସହିତ ଗରିବ ଜନସାଧାରଣ ଏଥିରେ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚ ସୁବାଶ ଚନ୍ଦ୍ର ସେଠୀ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମାଝୀ, ପୂର୍ବତନ ସରପଞ୍ଚ ସୁଧାଂଶୁ ନାୟକ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ, ତହସିଲଦାର ପ୍ରତୀପ ସାହୁ, ବିଡିଓ ବସନ୍ତ କୁମାର ସାହାଣି, ସମାଜସେବୀ ତାପସ ନାୟକ, ଦାସରଥି ନାୟକ ଓ ନୋଡାଲ ଅଧିକାରୀ ବିଶ୍ୱନାଥ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଡ ବଣ୍ଟନ କରିଥିଲେ । ଅମୁଲ୍ୟ ମାଝୀ, ଜଗବନ୍ଧୁ ଧନୀ, ବିନୋଦ ନାୟକ, କମଳଲୋଚନ ଧନୀ, ଅନନ୍ତ ନାରାୟଣ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଜନଗର ପଞ୍ଚାୟତର ସରପଞ୍ଚ ସନାତନ ବାରିଙ୍କ ପୌରୋହିତ୍ୟରେ ଉପରୋକ୍ତ ଅତିଥିମାନଙ୍କ ସହିତ ସମିତି ସଭ୍ୟା ସୁବାଶିନୀ ନାୟକ, ଶ୍ରୀଧର ପ୍ରସାଦ ନାୟକ, ସୁବାଶ ସ୍ୱାଇଁ, ଆନନ୍ଦ ପାଣିଗ୍ରାହୀ, ପ୍ରହ୍ଲାଦ ମହାକୁଡ, ପ୍ରଫୁଲ ପଣ୍ଡା, ସନାତନ ସ୍ୱାଇଁ, ଦୁଲ୍ଲଭ ବାରି ଓ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ମୁକ୍ତିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଜାମଯୋଡି ପଞ୍ଚାୟତର ଆୟୋଜିତ ସଭାରେ ସରପଞ୍ଚ ସୁଦର୍ଶନ ବିଶ୍ୱାଳ, ଅର୍ଜୁନ ନାୟକ, ଅକ୍ଷୟ ପାଣିଗ୍ରାହୀ, କ୍ଷୀରସିନ୍ଧୁ ନାୟକ, ଚତୁର୍ଭୁଜ ମଳିକ, ଅଜୟ ରାଉତ ଓ ପିଇଓ ରବିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ବିଶ୍ୱାଳଙ୍କ ପୌରୋହିତ୍ୟରେ ହରସିଂପୁର ପଞ୍ଚାୟତର ଆୟୋଜିତ ସଭାରେ ସରପଞ୍ଚ ଅଯୋଧ୍ୟାରାଣୀ ଜେନା, ସମିତି ସଭ୍ୟା ପ୍ରମିଳା ଜେନା, ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମହାନ୍ତି, ବିରାଜ ପାଢୀ, ପବିତ୍ରମୋହନ ଜେମା, ମହେଶ୍ୱର ଜେନା, ଶକର୍ଷଣ ବଳ, ଲକ୍ଷ୍ମୀଧର ମିଶ୍ର, ଶମ୍ବୁନାଥ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚ ବଳଭଦ୍ର ମାଠଙ୍କ ପୌରୋହିତ୍ୟରେ ସାହାପୁର ପଞ୍ଚାୟତରେ ସମାଜସେବୀ ଜଗନ୍ନାଥ ନାୟକ, ରମେଶ ମହାଭୋଇ, ସରୋଜ ପାଣିଗ୍ରାହୀ, ରବିନ୍ଦ୍ର ମହାକୁଡ, ହେମନ୍ତ ମହାନ୍ତି, ତାପସ ମଲ୍ଲିକ, ଶୁସାନ୍ତ ମହାକୁଡ, ପିତାମ୍ବର ବଳ, ଶାନ୍ତନୁ ବଳ, ଆଲୋକ ମହାନ୍ତି ଓ ପ୍ରମୋଦ ଡାଙ୍ଗୁଆ ପ୍ରମୁଖ ଉପସ୍ଥିତ ଥିଲେ । ଅମର କୁମାର ଦାସଙ୍କ ପୌରୋହିତ୍ୟରେ ବାମନବିନ୍ଧା ପଞ୍ଚାୟତରେ ଆୟୋଜିତ ସଭାରେ ପ୍ରବୋଧ ମହାନ୍ତି, କାଶିନାଥ ସେନାପତି, ରବିନ୍ଦ୍ର ମହାନ୍ତି, ଅଭିମନ୍ୟୁ ପାଣ୍ଡବ, ହୃଷିକେଶ ସାହୁ, ସୁଜାତା ମହାନ୍ତି, ଶ୍ରୀାକନ୍ତ ମହାନ୍ତି, ବସନ୍ତ ମହାନ୍ତି, ମନୋଜ ମହାନ୍ତି ଓ ବଂଶିଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦୌଲତପୁର ପଞ୍ଚାୟତର ନରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସରପଞ୍ଚ ସୁବାସିନୀ ନାୟକ, ସମିତି ସଭ୍ୟ ବାବୁରାମ ବାରିକ, ପାର୍ଥସାରଥି ନାୟକ, ପ୍ରଭାତ ମିଶ୍ର, ଗଣେଶ ଚନ୍ଦ୍ର ବଳ, ବୈଲୋଚନ ନାୟକ, ମୁକ୍ତିକାନ୍ତ ମହାନ୍ତି, ରାଜେନ୍ଦ୍ର ମହାନ୍ତି, ଗୋପବନ୍ଧୁ ସେନାପତି, ପୂର୍ଣ୍ଣଚନ୍ଦ୍ର ଓଝା, ଶଶିକାନ୍ତ ମହାରଣା, ଜିତେନ୍ଦ୍ର ଦାସ, ପ୍ରହ୍ଲାଦ ବାରିକ ଓ ମହେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ମାନସ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସମିତି ସଭ୍ୟା ବିଦ୍ୟାବତୀ ମହାନ୍ତି, କମଳାକାନ୍ତ ମାଝୀ, ଲିଙ୍ଗରାଜ ନାୟକ, ସନ୍ତୋଷ ବିଶ୍ୱାଳ, କେଶବ ନାୟକ, ଅରୁଣ ମହାନ୍ତି, ଲକ୍ଷ୍ମୀଧର ବଳ, ମାନସ ରଞ୍ଜନ ମାଝୀ, ସୁବ୍ରତ ମହାନ୍ତି, ସୁକାନ୍ତ ନାୟକ, ସନ୍ତୋଷ ସାହୁ ଓ ପିଇଓ ଶସ୍ମିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବାରପଞ୍ଚ ରୀନାରାଣୀ ମହାକୁଡଙ୍କ ପୌରୋହିତ୍ୟ ଓ ବିପିନ ରାଉତଙ୍କ ପରିଚାଳନାରେ ଦୀନବନ୍ଧୁ ମହାକୁଡ, ପ୍ରଦୀପ ମିଶ୍ର, କେଦାର ମହାପାତ୍ର, ନୃସିଂହ ମହାକୁଡ, ଶନ୍ତନୁ ଦାସ, ଗୋପିନାଥ ବାରିକ, ନିରାକାର ମଳିକ, ଦେବେନ୍ଦ୍ର ରାଉତ, କାଶିନାଥ ରାଉତ ଓ ପିଇଓ ଅରୁଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଆରଏସ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ମଣ୍ଡଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତେବେ ବିଜେପିର ସାମ୍ଭାବ୍ୟ କଳା ପତାକା ପ୍ରଦର୍ଶନକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।