୬ ପଞ୍ଚାୟତର ୮ ହଜାର ୬୮୫ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ

181

କଟକ(ଉତ୍କଳ ନିଉଜ)ତିହିଡି, ୨୮.୧୧: ଭଦ୍ରକ ଜିଲ୍ଲା ଧାମନଗର ବିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ରବିବାର ୬ଟି ପଞ୍ଚାୟତରେ ୮ ହଜାର ୬୮୫ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚଙ୍କ ପ୍ରତିନିଧି ଭୀମସେନ୍ ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣ ଯୋଜନାରେ ସମସ୍ତ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି କହିବା ସହିତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଓ କମଳାକାନ୍ତ ଦାସ, ଉପାଧ୍ୟକ୍ଷ ମାନସ ପାଠୀ, ସରପଞ୍ଚ ଝରଣା ବାରିକ, ତହସିଲଦାର ପ୍ରତୀକ ସାହୁ ଓ ବିଡିଓ ବସନ୍ତ କୁମାର ସାହାଣି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ସମାଜସେବୀ ପ୍ରଦୀପ ପରିଡା, ଶୁବାଶିଶ ଦାସ, ସୁଦର୍ଶନ ପଣ୍ଡା, ଅନନ୍ତ ଦାସ, ମହେଶ୍ୱର ମଳିକ, ଭୀମସେନ୍ ମଳିକ, ମାଗୁଣି ମଳିକ, ପୂର୍ଣ୍ଣଚନ୍ଦ୍ର ଦାସ, ଦେବୀ ମିଶ୍ର, କାଳନ୍ଦି ମଳିକ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ । କାଁପଡା ପଞ୍ଚାୟତରେ ଜିଲ୍ଲା ପରିଷଦ କମଳାକାନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନାରୀନେତ୍ରୀ ଦେବକୀ ଦାସ, ଉତ୍ତମ ଦାସ, ଗୋବିନ୍ଦ ଦାସ, ଶୁସାନ୍ତ ଦାସ, ପ୍ରଫୁଲ ଦାସ, ଅଜୟ ଦାସ, ଅର୍ଜୁନ ମଳିକ, ଅନାଦି ଦାସ, ଧରଣୀଧର ମଳିକ, ବିକାଶ ଦାସ, ଜଗତ ଦାସ, ସୁବ୍ରତ ମଳିକ, ଅବିନାଶ ଦାସ ଓ ନଟବର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସରପଞ୍ଚଙ୍କ ପ୍ରତିନିଧି ଚକ୍ରଧର ଦାସ ଓ ପିଇଓ ମନୋରଞ୍ଜନ ଦଳେଇଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଦୋଳସାହି ପଞ୍ଚାୟତରେ ଆୟୋଜିତ ସଭାରେ ସମାଜସେବୀ ବିଜୟ ନାୟକ ପୌରୋହିତ୍ୟ କରିଥିଲେ । ସରପଞ୍ଚ ମୀନତି ଦାସ, ସମିତି ସଭ୍ୟ ଦାସରଥି ମହାପାତ୍ର, ହିମାଂଶୁ ବଳ, ଅଶୋକ ନାୟକ, ପ୍ରଫୁଲ ଦାସ, ବଟକୃଷ୍ଣ ବେହେରା, ରାଜେନ୍ଦ୍ର ଜେନା, ଦିଲ୍ଲିପ ଭଞ୍ଜ, ଅମର ସେନାପତି, ଚୁଗୁଲୁ ଦିକ୍ଷିତ, ହୃଷିକେଶ ଜେନା, ବଳରାମ ମହାପାତ୍ର, ସ୍ମୃତିରଞ୍ଜନ ନାୟକ, ଶ୍ରୀକାନ୍ତ ବେହେରା, ରଘୁନାଥ ଭଞ୍ଜ ଓ ମୃତ୍ୟୁଞ୍ଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚ ପ୍ରଦୀପ ପଣ୍ଡା ପୌରୋହିତ୍ୟରେ ଗୁଆମାଳ ପଞ୍ଚାୟତର ଅନୁଷ୍ଠିତ ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ସମାଜସେବୀ ସୁରେଶ ମହାନ୍ତି, ସରସ୍ୱତୀ ମିଶ୍ର, ସରୋଜିନୀ ଜେନା, ପ୍ରମୋଦ ନାୟକ, ପ୍ରସନ୍ନ ସାହୁ, ଶ୍ରୀଧର ରାୟ, ଋକ୍ମଣୀ ପାଣିଗ୍ରାହୀ, ଘନଶ୍ୟାମ ବେହେରା, ଅର୍ଜୁନ ଜେନା, ଅନ୍ନପୂର୍ଣ୍ଣା ପରିଡା ଓ ପିଇଓ ଦୀନବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନୂଆନନ୍ଦ ଓ ପାଳିଆବିନ୍ଧା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପ୍ରଗତୀ ପାଇଁ ଏପରି ସ୍ମାର୍ଟ ଯୋଜନା ପ୍ରଣୟନ କରିଥିବା କହିବା ସହିତ କାର୍ଡ ବଣ୍ଟନ କରିଥିଲେ । ନୂଆନନ୍ଦ ପଞ୍ଚାୟତର ଶିକ୍ଷକ ଦେବେନ୍ଦ୍ର ସାହୁଙ୍କ ସଂଚାଳନା ଓ ସରପଞ୍ଚ ଶୁସାନ୍ତ ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅମର ମଳିକ, ରଘୁନାଥ ବିଶ୍ୱାଳ, ଅଶୋକ ମହାପାତ୍ର, ବାବାଜୀ ମଲ୍ଲିକ, ଓମ୍ ପ୍ରକାଶ ନାରାୟଣ ପାଣିଗ୍ରାହୀ, ଉମେଶ ବାରିକ, ଅକ୍ଷୟ ମହାଳିକ, ବସନ୍ତ ପୃଷ୍ଟି, ରାଜକୁମାର ଦାସ, ଗୀତାରାଣୀ ଦାସ, ପ୍ରକାଶ ପାଢୀ, ଜିତେଶ ବାରିକ, ଉପେନ୍ଦ୍ର ପୃଷ୍ଟି, ଶୁଭମ ମଲ୍ଲିକ, ଅଭୟ ମଲ୍ଲିକ, ଶକୁନ୍ତଳା ସେଠୀ, ଶକୁନ୍ତଳା ଜେନା, ଉର୍ବଶୀ ପୃଷ୍ଟି, ସରସ୍ୱତୀ ନାୟକ, ସଞ୍ଜୁକ୍ତା ମଲ୍ଲିକ, ପ୍ରଭାତୀ ବେହେରା ଓ ପିଇଓ ସୁକାନ୍ତୀଲତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପାଳିଆବିନ୍ଧା ପଞ୍ଚାୟତର ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ପୌରୋହିତ୍ୟ କରିଥିଲେ । ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ନାୟକ, ଜଗନ୍ନାଥ ମଲ୍ଲିକ, ନବକିଶୋର ମଲ୍ଲିକ, ସୁଧନ୍ୱା ନାୟକ, ତାପସ ଦାସ, ଗଜେନ୍ଦ୍ର ପଲେଇ, ପର୍ଶୁରାମ ନାୟକ, ଅମିୟ ମଲ୍ଲିକ, ଜୀବନଜ୍ୟୋତି ପଲେଇ, ପ୍ରଶାନ୍ତ ପାଣିଗ୍ରାହୀ, ଭରତ ସାହୁ, ରୁନା ନାୟକ, କିଶୋର ମଲ୍ଲିକ, ଲୁଲୁ ମହାନ୍ତି, ବିଜୟ ବାରିକ, ନୋଡାଲ ଅଧିକାରୀ ଆରଆଇ ପୂର୍ଣ୍ଣଚନ୍ଦର୍ର ପରିଡା ଓ ପିଇଓ ଶୁଭ୍ରାଂଶୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଜିଆରଏସ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ତିହିଡି ଓ ପୀରହାଟ ଥାନାର ଆଇଆଇସିଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।