ତିହିଡ଼ି ବ୍ଲକର ୭ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ଼ ବଣ୍ଟନ

160

କଟକ(ଉତ୍କଳ ନିଉଜ)ତିହିଡି ୨୭.୧୧: ଭଦ୍ରକ ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନର ନଭେମ୍ବର ୨୬ ତାରିଖ ଅପରାହ୍ଣରେ ଶୁଭାରମ୍ଭ କରାଯିବା ପରେ ୨୭ ତାରିଖ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡ଼ି ବ୍ଲକର ୭ ପଞ୍ଚାୟତରେ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଥିଲା । ବ୍ଲକର ମୋଟ ୪୩ ହଜାର ୯୫୯ କାର୍ଡ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଆଜି ମୋଟ ୯ ହଜାର ୮୧୧ଟି କାର୍ଡ ବଣ୍ଟନ କରାଯାଇଛି । ବୋଡ଼କ ପଞ୍ଚାୟତ ଠାରୁ ଏହାର ଶୁଭାରମ୍ଭ କରା ଯାଇଥିଲା । ଏହି ଅବସରରେ ବୋଡ଼କ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶଶଧର ସାମଲଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା କହିଥିଳେ । ପରିବାରର ଅନ୍ୟ ସଦସ୍ୟମାନଙ୍କୁ ୫ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟ କାଡ଼ା ପ୍ରଦାନ କରିଥବବା ବେଳେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟକାର୍ଡ଼ ପ୍ରଦାନ କରିଛନ୍ତି । ଏହି ସ୍ମାର୍ଟକାର୍ଡ଼ ମାଧ୍ୟମରେ ରାଜ୍ୟର ୨ଶହ ହସ୍‌ପିଟାଲରେ ସେମାନେ ଚିକିତ୍ସିତ ହୋଇ ପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା ଉପରେ ପ୍ରାଧାନ୍ୟ ଦେଇ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଥିବା କହିଥିଳେ । ଏଥିରେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଉପକୃତ ହୋଇ ପାରିବେ । ଗୋଟିଏ ପରିବାରର ମହିଳା ସୁସ୍ଥ ରହିଲେ ତାର ପରିବାର ସହିତ ଦେଶ ମଧ୍ୟ ସୁସ୍ଥ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ରାଜ୍ୟ ସରକାର ଜନସାଧାରଣଙ୍କର ଦୁଃଖ ବୁଝିବା ସହିତ ସମସ୍ତେ ଯେମିତି ନିରୋଗ ରହିବେ ସେଥିପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ମାଧ୍ୟମରେ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ । ଉପାଧ୍ୟକ୍ଷ ମାନସ ପାଠୀ, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଓ କମଳାକାନ୍ତ ଦାସ, ସାଂସଦ ପ୍ରତିନିଧି ହରେକୃଷ୍ଣ ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ବିଡିଓ ବସନ୍ତ କୁମାର ସାହାଣୀ, ତହସିଲଦାର ପ୍ରତୀକ ସାହୁ, ପିଇଓ ଦୀନବନ୍ଧୁ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସିନୀ ଜେନା, ଜୟପ୍ରକାଶ ମଲିକ, ମୁକ୍ତିକାନ୍ତ ନାୟକ, ଗୋଲକ ଚନ୍ଦ୍ର ସାମଲ, ପ୍ରମୋଦ ଖଟୁଆ, ସ୍ମୃତିରଂଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ବାରୋ ପଞ୍ଚାୟତରେ ସମାଜସେବୀ ରଘୁନାଥ ମଳିକଙ୍କ ସଭାପତିତ୍ୱରେ ସ୍ମାର୍ଟକାର୍ଡ଼ ବଣ୍ଟନ ସଭା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ମାନସୀ ମଳିକ, ସମିତିସଭ୍ୟ ପ୍ରଦୀପ ମହାଳିକ, ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର, ସରୋଜ ମିଶ୍ର, ଧନଞ୍ଜୟ ନାୟକ, ପ୍ରଭାତ ଦାସ, ପୀତବାସ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ବିଲଣା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସରପଞ୍ଚ ଭାଗିରଥି ମଳିକ, ସମିତି ସଭ୍ୟା ଭାଗ୍ୟଶ୍ରୀ ମଳିକ, ସମାଜସେବୀ ଶିଶିର କୁମାର ପଣ୍ଡା, ବଂଶୀଧର ଦାସ, ବିଶ୍ୱରଂଜନ ନାୟକ, ଗୋବର୍ଦ୍ଧନ ବିଶ୍ୱାଳ, ଅମରେନ୍ଦ୍ର ନାୟକ, ରଘୁନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କୁବେରା ପଞ୍ଚାୟତରେ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ ସଭାପତିତ୍ୱ କରିଥିବା ବେଳେ ସରପଞ୍ଚ ରୀନାରାଣୀ ବେହେରା, ଯତିନ୍ଦ୍ର କୁମାର ବେହେରା, ଅଭିମନ୍ୟୁ ନାୟକ, ଅକ୍ଷୟ ରାଉତ, ସନ୍ତୋଷ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ତଳଗୋପବିନ୍ଧାରେ ସମାଜସେବେୀ ପ୍ରତାପ ଜେନା ଅ୍ମକ୍ଷତା କରିଥିବା ବେଳେ ସରପଞ୍ଚ ପ୍ରୀତିଲତା ସାମଲ, ସମିତିସଭ୍ୟ ମଦନ ନାୟକ, ସମାଜସେବୀ ଚିନ୍ମୟ ସାମଲ, ଅନନ୍ତ ନାୟକ, ସୁଶାନ୍ତ ଜେନା, ବିକାଶ ସାମଲ, ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତାଳପଦାରେ ଜିଲାପରିଷଦ ସଭ୍ୟ ଚିନ୍ତାମଣି ଦାସ ପୌରୋହିତ୍ୟ କରିଥିବା ବେଳେ ସରପଞ୍ଚ ପ୍ରମୋଦ ବେହେରା ସମାଜସେବୀ ରାକେଶ ମହାପାତ୍ର, ରମେଶ ମହାପାତ୍ର, ପ୍ରଦୀପ ସାହୁ, ହରିଶ୍ଚନ୍ଦ୍ର ମିଶ୍ର, ପୀତବାସ ପୁହାଣ, ପ୍ରତାପ ନାୟକ, ଗୋପୀନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅଚକରେ ଶିକ୍ଷକ ଗଣେଶ ପ୍ରସାଦ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁ, ସମିତିସଭ୍ୟା ରଶ୍ମିତା ସାହାଣୀ, ସମାଜସେବୀ ଗଣେଶ ପ୍ରସାଦ ବିଶ୍ୱାଳ, ଅକ୍ଷୟ କୁମାର ମଲିକ, ଭଜଗୋବିନ୍ଦ ମହାନ୍ତି, ପ୍ରଶାନ୍ତ ସାହାଣୀ, କାଳନ୍ଦୀ ମୁଦୁଲି, ତରୁଣ ଭୋଇ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ଭାବ୍ୟ କଳା ପତାକା ପ୍ରଦର୍ଶନକୁ ନେଇ ବିଜେପି କର୍ମୀଙ୍କୁ ଅଟକ। ତିହିଡି, ୨୭.୧୧: ଶନିବାର ଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଡ ବଣ୍ଟନ କରାଯାଇଛି । ତେବେ ଭଦ୍ରକ ସଦର ବଜାରରେ ଗତକାଲି ବିଜେପି ପକ୍ଷରୁ କଳା ପ୍ରଦର୍ଶନ ସହିତ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସଜାଗ ହୋଇଯାଇଛି । ବିକ୍ଷୋଭକାରୀଙ୍କ ଚିହ୍ନଟ କରିବା ଲାଗି ତିହିଡି ପୋଲିସ ସମେତ ରଜର୍ଭ ପୋଲିସ ମଧ୍ୟ ମୁତୟନ ହୋଇଥିଲେ । ଏଥିସହ ସା