ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଶୁଭାରମ୍ଭ।

254

କଟକ(ଉତ୍କଳ ନିଉଜ)ତିହିଡି, ୨୬ା୧୧ - ଭଦ୍ରକ ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନର ନଭେମ୍ବର ୨୬ ତାରିଖ ଅପରାହ୍ଣ ୫ଟା ୩୦ ଘଟିକା ସମୟରେ ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଏହି ଯୋଜନା ପ୍ରସ୍ତୁତ କରା ଯାଇଛି। ଏଥିସହିତ ସମସ୍ତ ଗରିବ ଅସହାୟମାନଙ୍କ ପାଇଁ ସହାୟତା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ବସନ୍ତ କୁମାର ସାହାଣୀ ଯୋଗ ଦେଇ ଏହି ଯୋଜନାରେ ବ୍ଲକର ୪୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହୋଇ ପାରିବେ ବୋଲି କହିଥିଲେ। ନଭେମ୍ବର ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବାସୁଦେବପୁର ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ବିଶ୍ୱାଳ, ଜିଲା ପରିଷଦ ସଭ୍ୟ କମଳାକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ବୈକୁଣ୍ଠ ପାଣି, ସୁଶାନ୍ତ ମଳିକ, ସନାତନ ବାରିକ, ତିଳୋତ୍ତମା ବେହେରା, ବିପିନ ବେହେରା, ସମାଜସେବୀ ସୁରେନ୍ଦ୍ର କୁମାର ନାୟକ, ରଘୁନାଥ ପଣ୍ଡା, ଉତ୍ତମ ମହାପାତ୍ର, ନିତ୍ୟାନନ୍ଦ ବେହେରା, ସହଦେବ ଦଳାଇ, ସଂଗ୍ରାମ ମହାପାତ୍ର, ନିରଂଜନ ଦାସ, ପ୍ରଭାତ ମିଶ୍ର, ଉମାକାନ୍ତ ସେଠୀ, ମୁକ୍ତିକାନ୍ତ ମହାନ୍ତି, ପ୍ରଫୁଲ୍ଲ ମଳିକ, ରାଜେନ୍ଦ୍ର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଓଝା, ସୂଚୀସ୍ମିତା ସାହୁ, ଶଶିରେଖା ଯତି, ଦୀପାନ୍ୱିତା ସାହୁ, ଜ୍ୟେତ୍ସ୍ନାରାଣି ପତି, ପ୍ରମିଳା ପାତ୍ର, ସୁପ୍ରଭା ସାହୁ, ସନ୍ଧ୍ୟାରାଣୀ ନାଥ, ସୁବାସିନୀ ବଳ, ଶୁଭଦ୍ରା ସେନାପତି, ମଧୁସ୍ମିତା ବେହୁରିଆ, ଅନନ୍ନପୂର୍ଣ୍ଣା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।