ବିନ୍ଧା ଛକରୁ ଗଦି ବଜାର ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଲୋକାର୍ପିତ

665

କଟକ(ଉତ୍କଳ ନୀୟୁଜ୍)ତିହିଡି, ୨୪.୧୧: ବହୁ ପ୍ରତିକ୍ଷିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ରାଜ୍ୟ ରାଜପଥ ବିନ୍ଧା ଛକରୁ ଗଦି ବଜାର ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ବୁଧବାର ସଂଧ୍ୟାରେ ଲୋକାର୍ପିତ ହୋଇଯାଇଛି । ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ବ୍ଲକ ଅଧିନ ଦୌଲତପୁର, ବାମନବିନ୍ଧା, ହରସିଂପୁର ଓ ଜାମଯୋଡିର ପଞ୍ଚାୟତ ସମେତ ସ୍ଥାନୀୟ ବୟାଙ୍ଗ ଓ ଭେଡା ଆଦି ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହେବେ ଏବଂ ଷ୍ଟ୍ରିଟ୍ ଲାଇଟ୍ ଯୋଗୁଁ ଚୋରୀ ନାରୀ ସମେତ ଲଗାତର ଦୁର୍ଘଟଣାରୁ ମୁକ୍ତି ମିଳିବ ବୋଲି ଡ.ରାୟ ଉଦ୍‌ବୋଧନ ଦେଇଥିଲେ । ତେବେ ଏହାର ରକ୍ଷଣାବେକ୍ଷଣ କରାଗଲେ ସବୁରାତିରେ ରାସ୍ତା କଡ ଆଲୋକମୟ ହୋଇ ପାରିବ ବୋଲି ପରାମର୍ଶ ଦେଇଥିଲେ । ବିଧାୟକଙ୍କ ଉନ୍ନୟନ ପାଣ୍ଠି ସମେତ ଅନ୍ୟାନ୍ୟ ଉନ୍ନୟନ ପାଣ୍ଠିରୁ ମୋଟ ୪୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ମୋଟ ୮୦ଟି ଷ୍ଟ୍ରିଟ୍ ଲାଇଟ୍ ଖଞ୍ଜା ଯାଇଥିବା ଜଣାଯାଇଛି । ଦୌଲତପୁର ପଞ୍ଚାୟତ ବିଜେଡି ସଭାପତି ପ୍ରଭାତ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଷ୍ଟ୍ରିଟ୍ ଲାଇଟ୍ ଲୋକାର୍ପଣ ଉତ୍ସବରେ ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ସରପଞ୍ଚପ୍ରତିନିଧି ପାର୍ଥସାରଥି ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷୀତ, ପ୍ରଶାନ୍ତ ବିଶ୍ୱାଳ, ହିମାଦ୍ରୀ ମିଶ୍ର, ସରପଞ୍ଚ ଅମର ଦାସ, ବଳଭଦ୍ର ମାଠ, ସନାତନ ବାରିକ, ମାନସ ସାହୁ, ବୈଲୋଚନ ନାୟକ, ପ୍ରବୋଧ ମହାନ୍ତି, ଗୋପବନ୍ଧୁ ସେନାପତି, ହରିଶ୍ଚନ୍ଦ୍ର ବାରିକ, ଗଣେଶ ବଳ, ପ୍ରଭାତ ସାହୁ, ଶଶିକାନ୍ତ ମହାରଣା, ମୁକ୍ତିକାନ୍ତ ମହାନ୍ତି, ନରେନ୍ଦ୍ର ମିଶ୍ର, ସୁକାନ୍ତ ବଳ, ରାଜେନ୍ଦ୍ର ମହାନ୍ତି, ପିତାମ୍ବର ବେହେରା, ପୂର୍ଣ୍ଣଚନ୍ଦ୍ର ଓଝା, ବଂଶିଧର ସ୍ୱାଇଁ, ପ୍ରହ୍ଲାଦ ବାରିକ, ଉଗ୍ରସେନ ନାୟକ ଓ ମହେଶ୍ୱର ବେହେରା ବେହେରା ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ପୀରହାଟ ମଝିବଜାରରୁ ବିଧାୟକ ଡ.ରାୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ପାଛୋଟି ନିଆଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।