ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ପ୍ରତିଶୃତି ପରେ ପ୍ରତ୍ୟାହୃତ

164

କଟକ (ଉତ୍କଳ ନୀୟୂଜ)ତିହିଡ଼ି, ୨୩.୧୧: ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗାଁର ଶୁକଦେବ ମଳିକ ସମେତ ତାଙ୍କର ବୃଦ୍ଧା ମାଆ, ସ୍ତ୍ରୀ ଓ ୨ଟି ପିଲାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରୁ ଧାରଣା ଦେଇଥିବା ଜଣାଯାଇଛି । ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବାନେଇ ତଥା ବାରମ୍ବାର ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ନ୍ୟାୟ ଭିକ୍ଷା କରିଥିଲେ ହେଁ ତିହିଡି ପୋଲିସ ପକ୍ଷରୁ ନିରାଶ ହୋଇ ଏପରି ଧାରଣା ଦେଇଥିବା କୁହାଯାଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ନଦେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ମଧ୍ୟ ଚେତାବନି ଦିଆଯାଇଛି । ଅଭିଯୋଗ ମୁତାବକ, ଦେଢ ବର୍ଷ ତଳେ ଏହି ଗାଁର ଖାଉଟି ସାମଗ୍ରୀ ବିତରଣରେ ବ୍ୟାପକ ହେରଫେର ହେଉଥିଲା । ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନେ ମିଳିମିଶି ହିତାଧିକାରୀ ମାନଙ୍କୁ ଶୋଷଣ କରୁଥିଲେ ଯାହାର ଖୁଲାସା କରାଯିବା ପରେ ଆକ୍ରମଣର ଶିକାର ହୋଇଥିଲେ ଏବଂ ଶେଷରେ ନ୍ୟାୟ ନପାଇ ଗାଁ ଛାଡିଛନ୍ତି । ଗ୍ରାମରେ ବିଶୃଙ୍ଖଳା ଲାଗି ରହିବାରୁ ଭଦ୍ରକ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୫ ମାସ ତଲେ ପୋଲିସ ଗ୍ରାମର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରା ଯାଇଥିଲା । ମାତ୍ର ଏହାର କିଛି ଦିନ ପରେ ଗ୍ରାମର ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତି ଏକତ୍ରିତ ହୋଇ ପୂର୍ବ ଘଟଣାକୁ କେନ୍ଦ୍ରକରି ଶୁକଦେବଙ୍କ ପରିବାର ଲୋକଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି । ଘଟଣା ପରଠାରୁ ସେ ଗାଁ ଛାଡି ପଳାଇ ଆସିବା ପରେ ଆଉ ଗାଁକୁ ଫେରି ପାରୁ ନଥିବାରୁ ଏହି ବର୍ଷ ଖରିଫ୍ ଧାନ ଚାଷ ପାଇଁ ଜମିରେ ଚାଷ କରିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିବାରୁ ଅପରପକ୍ଷ ନାନାଦି ପ୍ରକାରର ଧମକ ଚମକ ଦେଇ ଚାଷ କରାଇ ଦେଇ ନଥିବାରୁ ଚାଷ ଜମି ସମୂଗ ପଡିଆ ପଡିଛି । ଏଥିସହ ତାଙ୍କ ପରିବାରକୁ ଏକ ଘରିଆ କରିବା ସହିତ ଯଦି ଗାଁରେ କାହା ସହିତ ସମ୍ପର୍କ ରଖନ୍ତି ତାଙ୍କ ପରିବାର ଠାରୁ ଜୋରିମାନା ଦେବାକୁ ଧମକ ଦିଆଯାଉଛି । ଗରିବ ଚାଷୀ, ଚାଷ କର ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କୁ ସେହିଥିରୁ ପାଠ ପଢାଉଥିଲେ ଏବଂ ବୃଦ୍ଧା ମାଆଙ୍କ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି । ମାତ୍ର ୩ ମାସ ହେବ ତିହିଡି ଥାନା ଆଇଆଇସିଙ୍କୁ ଜଣାଇବା ପରେ ପ୍ରତିଶୃତି ଦେଇଥିଲେ ତାହା ପାଳନ କରାଯାଇ ନାହିଁ ଏବଂ ଚାରୁଆଡୁ ବିଫଳ ହେବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପରିବାରଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଏପରି ଧାରଣା ଦେଇଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଶୁକଦେବ । ତେବେ ଦିନତମାମ କୌଣସି ଆଲୋଚନା ହୋଇନଥିବା ବେଳେ ରାତି ପ୍ରାୟ ୮ ଘଟିକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ତେବେ ତିହିଡି ପୋଲିସ ସେଥିରେ ବ୍ୟତିକ୍ରମ କଲେ ଆଗାମି ଦିନରେ ପୂନଶ୍ନ ଆନ୍ଦୋଳନ ଜାରି ରହିବ ବୋଲି ଶୁକଦେବ ଗଣମାଧ୍ୟାମକୁ ସୂଚନା ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ।